Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୮୯ଜଣ କରୋନା  ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୮୯ଜଣ କରୋନା  ପଜିଟିଭ ଚିହ୍ନଟ

8

କୋରାପୁଟ୧୬-୦୫(ଓଡିଆ ପୁଅ /ରଂଜନ ଦାସ)  କୋରାପୁଟ ଜିଲ୍ଲାରେ  ରବିବାର ଦିନ ୧୨୪ ଜଣ ମହିଳାଙ୍କ ସମେତ   ୨୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୧୩୮୬ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୪୧ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୬୨, ସୁନାବେଡା ପୌରାଂଚଳରୁ ୨୯ ଏବଂ କୋଟପାଡ ଏନଏସିରୁ  ୫ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ  ବ୍ଲକରୁ ୨, ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୨୫,ଦଶମନ୍ତପୁର ବ୍ଲକରୁ ୧୦,ଜୟପୁର ବ୍ଲକରୁ ୨୬  ଓ କୋରାପୁଟ ବ୍ଲକରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୬,କୁନ୍ଦ୍ରା ବ୍ଲକରୁ ୮,ଲମତାପୁଟ ବ୍ଲକରୁ ୭,ଲକ୍ଷ୍ମୀପୁର ବ୍ଲକରୁ ୧୨,ନନ୍ଦପୁରରୁ ୬,ନାରାୟଣପାଟଣା ବ୍ଲକରୁ ୫,ପଟ୍ଟାଙ୍ଗୀ ବ୍ଲକରୁ ୧୨  ଏବଂ  ସେମିଲିଗୁଡା  ବ୍ଲକରୁ  ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୫  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୪୮  ହଜାର ୪୦୮ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ସେହିପରି ମଇ ୧୫  ସୁଦ୍ଧା ଜିଲ୍ଲାର ମୋଟ   ଆକ୍ରାନ୍ତଙ୍କ ଭିତରୁ  ୯୫୫୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୮୧୪ ଟି ସକ୍ରୀୟ କେସ ରହିଛି ଓ  ୨୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.