Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ

33

କୋରାପୁଟ ୧୬-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ଶୁକ୍ରବାର ଦିନ ୮ଜଣ ମହିଳାଙ୍କ ସମେତ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳରୁ ୩,  କୋରାପୁଟ ପୌରାଂଚଳରୁ ୪ଜଣ  ଚିହ୍ନଟ ହୋଇଥିବାବେଳେ  ସୁନାବେଡା ପୌରାଂଚଳରୁ୨ ଏବଂ   କୋଟପାଡ ଏନଏସିରୁ  ୨ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବୋରିଗୁମ୍ମା  ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ  ହୋଇଥିବାବେଳେ  ଦଶମନ୍ତପୁରରୁ ୧,ଜୟପୁର ବ୍ଲକରୁ ୪,କୋରାପୁଟ ବ୍ଲକରୁ ୨,କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୧,ନନ୍ଦପୁର ବ୍ଲକରୁ ୧ ଏବଂ  ସେମିଲିଗୁଡା  ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲାରେ ଏପ୍ରିଲ ୧୫ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୧ଲକ୍ଷ ୯୫  ହଜାର ୭୯୯ ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି ।
କୋରାପୁଟ ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ୪ ଟି ସହରରେ ଦ୍ରୁତ ପ୍ରତିକ୍ରୀୟା ଦଳ(ଆରଆରଟି) ଗଠନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।କୋରାପୁଟ ଓ ଜୟପୁର ସହରରେ ୨ ଟି ଲେଖାଏଁ ଆରଆରଟି ଗଠନ କରାଯାଇଥିବା ବେଳେ ସୁନାବେଡା ଓ କୋଟପାଡରେ ଗୋଟିଏ ଲେଖାଏଁ ଦଳ ଗଠନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ୭୦ ଶଯ୍ୟା ବିଶିଷ୍ଠ   କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ଥିବା ବେଳେ ଜୟପୁର ସଦର ମହକୁମା ହସପିଟାଲରେ ସ୍ଥାପିତ କୋଭିଡ ହସପିଟାଲରେ ରହିଥିବା ୧୦ ଆଇସିୟୁ କୁ  ୩୦ କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି ।ରାଜ୍ୟ ସରକାର ପ୍ରତ୍ୟେକ ଦିନ ୧୩୦୦ କୋଭିଡ ପରୀକ୍ଷା କରିବାକୁ ଲକ୍ଷ୍ୟ ଦେଇଥିବା ବେଳେ କୋରାପୁଟ ଜିଲ୍ଲାରେ ଦିନକୁ ୧୫୦୦ ପରୀକ୍ଷା କରାଯାଇଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାରେ ରହିଥିବା ବ୍ଲକଗୁଡିକରେ କ୍ଲଷ୍ଟର ଟିଏମସି କରାଯିବ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।ଏ ସପ୍ତାହ ସୁଦ୍ଧା କ୍ଲଷ୍ଟର ଟିଏମସି କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଜିଲ୍ଲାକୁ ଶ୍ରମିକମାନେ ଫେରୁଥିବା ସେପରି ନଜର ନ ଥିବା ବେଳେ ଯଦି ଫେରିବେ ତେବେ ସରପଂଚ ଏବଂ କୋଭିଡ ପରିଚାଳନା କମିଟି ତଦାରଖ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।୭ ଦିନ ପାଇଁ ହୋମ ଆଇସୋଲେସନରେ ରହିବେ ଲକ୍ଷଣ ଦେଖାଦେଲେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଯଦି ପଜିଟିଭ ବାହାରିବ ତେବେ ଟିଏମସି ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.