Home କୋରାପୁଟ କୋରାପୁଟ ଜିଲ୍ଲାରେ  ୧୯୫ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୧୯୫ଜଣ କରୋନା ପଜିଟିଭ ଚିହ୍ନଟ

25

କୋରାପୁଟ ୧୨-୦୫(ଓଡିଆ ପୁଅ /ରଂଜନ ଦାସ)ବୁଧବାର କୋରାପୁଟ ଜିଲ୍ଲାରେ ବୁଧବାର ଦିନ  ୯୨ଜଣ ମହିଳାଙ୍କ ସମେତ  ୧୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୦୪୯୧ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୩୦ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୪୭, ସୁନାବେଡା ପୌରାଂଚଳରୁ ୧୬ ଏବଂ କୋଟପାଡ ଏନଏସିରୁ  ୬ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୯,ବୋରିଗୁମ୍ମା ବ୍ଲକରୁ ୮,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୯  ଓ କୋରାପୁଟ ବ୍ଲକରୁ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧୨,କୁନ୍ଦ୍ରା ବ୍ଲକରୁ ୫,ଲମତାପୁଟ ବ୍ଲକରୁ ୧୪,ଲକ୍ଷ୍ମୀପୁର ବ୍ଲକରୁ ୧୧,ନନ୍ଦପୁର ବ୍ଲକରୁ ୫,ନାରାୟଣପାଟଣା ବ୍ଲକରୁ ୩,ପଟ୍ଟାଙ୍ଗୀ ବ୍ଲକରୁ ୧ଏବଂ ସେମିଲିଗୁଡା  ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୧  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୪୩  ହଜାର ୩୧୪  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା  ଦିଆଯାଇଛି । ସେହିପରି ମଇ ୧୨  ସୁଦ୍ଧା ଜିଲ୍ଲାର ମୋଟ   ଆକ୍ରାନ୍ତଙ୍କ ଭିତରୁ  ୯୦୨୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୪୪୨ ଟି  ସକ୍ରୀୟ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.