Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୮ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୮ଜଣ କରୋନା ପଜିଟିଭ ଚିହ୍ନଟ

24

କୋରାପୁଟ ୧୭-୦୪ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ଶନିବାର ଦିନ ୫ଜଣ ମହିଳାଙ୍କ ସମେତ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ୁ୫,  ସୁନାବେଡା ପୌରାଂଚଳରୁ   ୩ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ ଏନଏସିରୁ  ଜଣେ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବୋରିଗୁମ୍ମା  ବ୍ଲକରୁ ୩ଜଣ ପଜିଟିଭ ଚିହ୍ନଟ  ହୋଇଥିବାବେଳେ  ଜୟପୁର ବ୍ଲକରୁ ୧,କୋରାପୁଟ ବ୍ଲକରୁ ୨,କୋଟପାଡ ବ୍ଲକରୁ ୨ ଏବଂ  ଲକ୍ଷ୍ମୀପୁର  ବ୍ଲକରୁ  ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୧୬  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୧ଲକ୍ଷ ୯୫  ହଜାର ୭୯୯ ଜଣଙ୍କୁ କରୋନା ଟୀକା କରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.