Home କୋରାପୁଟ  କୋରାପୁଟ ଜିଲ୍ଲାରେ ୧୭୩ଜଣ କରୋନା ପଜିଟିଭ ଚିହ୍ନଟ

 କୋରାପୁଟ ଜିଲ୍ଲାରେ ୧୭୩ଜଣ କରୋନା ପଜିଟିଭ ଚିହ୍ନଟ

39

କୋରାପୁଟ ୧୧-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲାରେ ମଙ୍ଗଳବାର  ୬୭ଜଣ ମହିଳାଙ୍କ ସମେତ  ୧୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୦୨୯୬ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ସର୍ବାଧିକ ୪୬ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୩୪, ସୁନାବେଡା ପୌରାଂଚଳରୁ ୭ ଏବଂ କୋଟପାଡ ଏନଏସିରୁ  ୨ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବନ୍ଧୁଗାଁ ବ୍ଲକରୁ ୩,ବୈପାରିଗୁଡା ବ୍ଲକରୁ ୩,ବୋରିଗୁମ୍ମା ବ୍ଲକରୁ ୬,ଦଶମନ୍ତପୁର ବ୍ଲକରୁ ୬,ଜୟପୁର ବ୍ଲକରୁ ୧୪  ଓ କୋରାପୁଟ ବ୍ଲକରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୩,କୁନ୍ଦୁରା ବ୍ଲକରୁ ୭,ଲମତାପୁଟ ବ୍ଲକରୁ ୪,ଲକ୍ଷ୍ମୀପୁର ବ୍ଲକରୁ ୧୩,ନନ୍ଦପୁର ବ୍ଲକରୁ ୨,ନାରାୟଣପାଟଣା ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୩  ଏବଂ ସେମିଲିଗୁଡା  ବ୍ଲକରୁ   ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୦  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୪୨  ହଜାର ୨୨୩  ଜଣଙ୍କୁ କରୋନା ଟୀକା କରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା  ଦିଆଯାଇଛି । ସେହିପରି ମଇ ୧୧  ସୁଦ୍ଧା ଜିଲାର ମୋଟ ୧୦୨୯୬  ଆକ୍ରାନ୍ତଙ୍କ ଭିତରୁ  ୮୯୩୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୩୪୫ ଟି ଏକ୍ଟିଭ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.