Home କୋରାପୁଟ କୋରାପୁଟ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଓ ରାତ୍ରୀ କର୍ଫ୍ୟୁ

କୋରାପୁଟ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଓ ରାତ୍ରୀ କର୍ଫ୍ୟୁ

29

କୋରାପୁଟ ୧୭-୦୪(ଓଡିଆ ପୁଅ /ରଂଜନ ଦାସ) କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ   କେବଳ ସହରାଂଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଥିବାବେଳେ ଆଜି ପ୍ରଥମ ଦିନ ଏହାର ପ୍ରଭାବ ଜିଲ୍ଲାରେ ଦେଖିବାକୁ ମିଳିଛି ।  ଜିଲ୍ଲାର କୋରାପୁଟ,ଜୟପୁର,ସୁନାବେଡା ପୌରାଂଚଳ ସମେତ କୋଟପାଡ ଏନଏସିରେ  ସପ୍ତାହାନ୍ତ ସଟଡାଉନ ପୁରା ଶାନ୍ତି ପୂର୍ଣ୍ଣରହିଥିବା ଜଣାପଡିଛିି । ପ୍ରଶାସନ ତରଫରୁ ପୂର୍ବରୁ ଘୋଷଣା  କରାଯାଇ ଥିବାରୁ ଲୋକେ କେହି ବାହାରକୁ ବାହାରୁ ନ ଥିବାବେଳେ  ଅତି ଜରୁରୀ କାମରେ  ଲୋକେ ପଦାକୁ ଯାଉଥିବା ନଜର କରାଯାଇଥିିଲା । ସମସ୍ତ ସହରାଂଚଳରେ ଦୋକାନ ବଜାର  ଓ ସରକାରୀ ଅଫିସ ବନ୍ଦ ରହିଥିବାବେଳେ ବ୍ୟାଙ୍କ ସେବା ଅବ୍ୟାହତ ରହିଛି । ଜିଲ୍ଲା ସଦର ମହକୁମାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ,କୋରାପୁଟ ତହସିଲଦାର  ରଂଜନ କୁମାର ମାନସେଠ ,ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ,ଅତିରିକ୍ତ ଆଇଆଇସି ଶଙ୍କର ପ୍ରସାଦ ମାଝି , ଏସଆଇ ସୁଦର୍ଶନ ଅଧିକାରୀ.ଏସଆଇ ସି.ଆର.ପ୍ରଧାନୀ  ପୋଲିସ ଟିମ ସହ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇବା ସହ କୋଭିଡ ନିୟମ ପାଳନ କରିବା ଓ ସଟଡାଉନ ସମୟରେ ଘରୁ  ନ ବାହାରିବାକୁ  ପରାମର୍ଶ ଦେଉଛନ୍ତି । ସେହିପରି ଜୟପୁର,ସୁନାବେଡା ଓ କୋଟପାଡରେ ମଧ୍ୟ  ସଟଡାଉନ କଡାକଡି ପାଳନ କରା ଯାଇଥିବା ଜଣାପଡିଛି । ଅମାନିଆଙ୍କ ବିରୁଦ୍ଧରେ ଦୃଢା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆବଶ୍ୟକ ସ୍ଥଳେ ଜରିମାନା ଆଦାୟ କରା ଯିବାକୁ  ଚେତାବନୀ ଦିଆଯାଉଛି । ଅନ୍ୟ ପକ୍ଷରେ  କୋରାପୁଟ ଜିଲ୍ଲାରେ ଶନିବାର ସଂନ୍ଧ୍ୟା ୬ଟା ଠାରୁ  ପରବର୍ତି ଆଦେଶ ଯାଏ  ଜିଲ୍ଲା ପ୍ରଶାସନ ରାତ୍ରୀ କାଳୀନ କର୍ଫ୍ୟୁ  ଘୋଷଣା କରିଥିବାରୁ  ଲୋକେ ସେଥିପ୍ରତି ଗୁରୂତ୍ୱ ଦେବାକୁ କୁହା ଯାଇଛି । ସହରାଂଚଳରେ ସଂନ୍ଧ୍ୟା ୬ ଓ  ଗ୍ରାମାଂଚଳରେ ରାତି ୯ରୁ  ପରଦିନ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ  ବଳବତର ରହିବ ବୋଲି ପ୍ରଶାସନ ମାଇକ ଯୋଗେ ଜନସାଧାରଣଙ୍କୁ ସୂଚନା ଦେବା ସହ ସେହି ସମୟରେ କେହି ବାହାରକୁ ନ ଯିବାକୁ ଚେତାବନୀ ଦେଇଛି । ରାତ୍ରୀକର୍ଫ୍ୟୁ ସଂଧ୍ୟା ୬ଘ.ରୁ ଆରମ୍ଭ ହୋଇଥିବା ବେଳେ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ତହସିଲଦାର ରଂଜନ କୁମାର ମାନସେଠ ଓ ପୋଲିସ ଦଳ ସହର ମଧ୍ୟରେ ଫୁଟମାର୍ଚ୍ଚ କରୁଥିବା ନଜର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.