Home କୋରାପୁଟ କୋରାପୁଟ ଅବକାରୀ ବିଭାଗ ଦ୍ୱାରା ଦେଢ ଲକ୍ଷ ଟଙ୍କାର ଗଞ୍ଜେଇ  ଜବତ

କୋରାପୁଟ ଅବକାରୀ ବିଭାଗ ଦ୍ୱାରା ଦେଢ ଲକ୍ଷ ଟଙ୍କାର ଗଞ୍ଜେଇ  ଜବତ

38

କୋରାପୁଟ ୨୬-୦୭(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ଅବକାରୀ ବିଭାଗ ଦ୍ୱାରା  କୋଲାବ ଛକରୁ ୧ ଲକ୍ଷ  ୫୦ ହଜାର ଟଙ୍କାର ଗଞ୍ଜେଇ  ଜବତ କରା ଯାଇଥିବାବେଳେ ଚୋରା ଗଞ୍ଜେଇ  ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରା ଯାଇଥିବା ଅବକାରୀ ନିରୀକ୍ଷକ ତେଜରାଜ ଜାନୀ ସୂଚନା ଦେଇଛନ୍ତି  । ଗିରଫ ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା  ଆମ୍ବପାଣି ଥାନା ବଡପଡାଗଡ ଗ୍ରାମର ନବେଶ୍ୱର ଦୁର୍ଗା ବୋଲି ଜଣାପଡିଛି ।  କୋରାପୁଟ ଆଡୁ ଜୟପୁରକୁ ଯାଉଥିବା  ଓଡି-୧୦ଏଲ ୩୯୨୧  ନମ୍ବର ଏକ  ମୋଟର ସାଇକଲକୁ ଅବକାରୀ ଟିମ ୨୬ ନଂ ଜାତୀୟ ରାଜପଥର କୋଲାବ ନଗର ଛକରେ ସନ୍ଦେହରେ ଅଟକାଇ ଚେକିଂ କରିବା ବେଳେ ବାଇକ ଚାଳକ ନବେଶ୍ୱର ଦୁର୍ଗା  ଏକ ଜରି ଅଖାରେ  ଗଞ୍ଜେଇ   ଚାଲାଣ କରୁଥିବା ଜଣାପଡିଥିଲା । ଅବକାରୀ  ବିଭାଗ କର୍ମଚାରୀ  ମୋଟର ସାଇକଲ ସହ ଗଞ୍ଜେଇକୁ ଜବତ  କରି ନବେଶ୍ୱରକୁ ଗିରଫ କରିଥିଲେ । ଜରି ଅଖାରୁ ୧୧୪ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ଜବତ  ଗଞ୍ଜେଇର ଆନୁମାନିକ ମୂଲ୍ୟ  ୧ ଲକ୍ଷ  ୫୦ ହଜାର ଟଙ୍କା ହେବ ବୋଲି  ଅବକାରୀ ଇନସପେକ୍ଟର ଶ୍ରୀ ଜାନୀ କହିଛନ୍ତି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.