Home କୋରାପୁଟ କୋରାପୁଟ ଅବକାରୀ ବିଭାଗର ବଡ ସଫଳତା ,୮୦ ଲକ୍ଷ ଟଙ୍କାର ଗଞେଇ ଜବତ

କୋରାପୁଟ ଅବକାରୀ ବିଭାଗର ବଡ ସଫଳତା ,୮୦ ଲକ୍ଷ ଟଙ୍କାର ଗଞେଇ ଜବତ

37

କୋରାପୁଟ ୦୬-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା ମିଳିଥିବା ଜଣାପଡିଛି । ଅନେକ ବର୍ଷ ପରେ ବହୁଳ ପରୋମାଣର ଗ ଞେଇ ଜବତ କରାଯାଇଥିବା ଜଣାପଡିଛି ।ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଗିଣୀଗୁଡା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରିବାକୁ ଜାଣିପାରି ଅଭିଯୁକ୍ତ ଘର ଛାଡି ଫେରାର ହୋଇଯାଇଥିଲା ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ପ୍ରକାଶ କରିଛନ୍ତି ।ସମୁଦାୟ ୮୪୦ କେଜି ଗ ଞେଇ ଜବତ କରାଯାଇଥିବା ବେଲେ ଏହାର ଆନୁମାନକି ମୁଲ୍ୟ  ୮୦ ଲକ୍ଷ ଟଙ୍କା ହେବ ବୋଲି ସେ ସୂଚନା ଦେଇଛନ୍ତି ।ଅବକାରୀ ନିରୀକ୍ଷକ ଦିଲିପ କୁମାର ରଥ , ନନ୍ଦପୁର ଓଆଇସି ତ୍ରୀନାଥ ଚିନିନ୍ଦା, ଏସଆଇ ଖଗେଶ୍ୱର କାଟେ ,ଏଏସଆଇ ଅରୋପଳକ ଦାସ,କନେଷ୍ଟବଲ ପ୍ରଶାନ୍ତ କୁମାର ନାୟକ,ତ୍ରିଲୋଚନ ରାୟଚେଟ୍ଟି,ପ୍ରଶାନ୍ତ କୁମାର  ଗୈାଡ , ରାମ ଗୈାଡ ଓ  ଆର.ଭେଙ୍କେଶ କୁମାର ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଏତେ ପରିମାଣର ଗଞେଇ ପ୍ରଥମଥର ପାଇଁ ଜବତ କରିଥିବା ସେ ପ୍ରକାଶ କରିଛନ୍ତି ।ଫେରାର ଅଭିଯୁକ୍ତଙ୍କ ପରିଚୟ ମିଳିଛି ଖୁବଶ୍ରୀଘ୍ର ଧରାପଡିବ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.