Home କୋରାପୁଟ କୋରାପୁଟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

36

କୋରାପୁଟ  ୨୬-୦୧(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ପୋଲିସ ପ୍ୟାରେଡ ପଡିଆଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମଲିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଶିକ୍ଷା , କୃଷି , ସ୍ୱାସ୍ଥ୍ୟ ,ଜଳସେଚନ,ସାମାଜିକ ସୁରକ୍ଷା ,ଦକ୍ଷତା ବିକାଶ କ୍ଷେତ୍ରରେ  ରାଜ୍ୟ ସର୍ବଭାରତୀୟ ସ୍ତରରେ ସୁନାମ ଆଣିପାରିଥିବା  ସେ ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟୟନ ହସପିଟାଲ ନିର୍ମାଣ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ସେ ପ୍ରକାଶ କରିଥିଲେ ।କଫି ଚାଷ ନିମନ୍ତେ ୫୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିବା ସେ ସୂଚନା ଦେଇଥିଲେ ।କୋରାପୁଟ ଜିଲ୍ଲାର ଆମ୍ବଗୁଡା ,ଲକ୍ଷ୍ମିପୁର ,କୋରାପୁଟ ଓ ପଟ୍ଟାଙ୍ଗୀରେ ସରକାରୀ ଆଇଟିଆଇ ଖୋଲାଯାଇଥିବା ବେଳେ ନନ୍ଦପୁରରେ ଏକ ସରକାରୀ ଆଇଟିଆଇ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି ।କୋଭିଡ ନିମନ୍ତେ ସାଧାରଣ ଜନତା ଏବଂ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପଡିଆ ଭିତରକୁ ବାରଣ କରାଯାଇଥିଲା । ପୋଲିସ ବିଭାଗର ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ ।କୋରାପୁଟ ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ ପ୍ୟାରେଡ ପରିଚାଳନା କରିଥିଲେ ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର , ଏସପି ବରୁଣ ଗୁଣ୍ଠୁପାଳି ,ଏଡିଏମ ଦେବେନ କୁମାର ପ୍ରଧାନ , ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡାକ୍ତର ଉତ୍କଳ ନାୟକ ଓ ନର୍ସିଂ ଅଫିସର ଜ୍ୟୋତିପ୍ରକାଶ ଭୂଜବଳଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ  ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।ପ୍ଲାଜମା ସଂଗ୍ରହ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ୩ ୟ ବାଟାଲିୟନର ଦୁର୍ଗପତି ପ୍ରଭାତ କିଶୋର ଦାସ ,ପଟ୍ଟାଙ୍ଗୀ ବ୍ଲକର ପେସା ସଂଯୋଜିକା  ସୁଜାତା ଦାଶ ,ସୁନାବେଡା ମ୍ୟୁନସିପାଲଟିର ସିଏ ଲକ୍ଷ୍ମିକାନ୍ତ ମହାପାତ୍ର ,ଏସଏଲଏନ ଏମସିଏଚର ବିବିଓ ଡାକ୍ତର ଫକୀର ଚରଣ ମୁଣ୍ଡା , ଟେକନିସିଆନ ଏଲ.କେ.ଗାଇନ ,ନର୍ସ ବିଶ୍ୱୟିନୀ ନାୟକ  ଓ ପ୍ଲାଜମା ଦାନ କରିଥିବା ଜିଲ୍ଲାର୬୪ ଜଣ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା ।କୋଭିଡ-୧୯ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା  ଓଡ୍ରାଫ , ଅଗ୍ନିଶମ ଓ ବେସାମରିକ ପ୍ରତିରକ୍ଷା ବାହିନୀର କର୍ମକର୍ତାମାନଙ୍କୁ ସମ୍ମାନ୍ନିତ କରାଯାଇଥିବା ବେଳେ  ସ୍ୱାସ୍ଥ୍ୟ ବିଭାଗର ୬ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ  ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ପଡାଲ , ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି  ଏବଂ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।କୋରାପୁଟ ଟଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ  ପ୍ରଥମ ରକ୍ତଦାନ କରିଥିଲେ ।କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରବି ଶତପଥି , କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ,ଏ.କେ.ବେହେରା , ଏ.କେ.ସେଠୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.