Home କୋରାପୁଟ କୋରାପୁଟରେ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରୁଣ ବିତରଣ କରାଗଲା

କୋରାପୁଟରେ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରୁଣ ବିତରଣ କରାଗଲା

28

କୋରାପୁଟ ୦୯-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରସ୍ଥିତ ଲିଡ ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ରୁଣ ସଂଯୋଗୀକରଣ ମେଳା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ଓ ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ଅତିଥିଭାବେ ଯୋଗଦେଇ ରୁଣ ବିତରଣ କରିଥିଲେ ।ଜିଲ୍ଲାର ୧୯ ଟି ବ୍ୟାଙ୍କର ୫୦୦ ଉପଭୋକ୍ତାଙ୍କୁ ୨୦ କୋଟିରୁ ଉର୍ଦ୍ଧ୍ୱ ଟଂକାର ରୁଣ ବିତରଣ କରାଯାଇଥିବା ଲିଡ ବ୍ୟାଙ୍କ ମୁଖ୍ୟ ପରିଚାଳକ ଲିଙ୍ଗରାଜ ସାହୁ ସୂଚନା ଦେଇଛନ୍ତି ।ଲୋକଙ୍କ ପାଖରେ ବ୍ୟାଙ୍କ ପହଂଚିବ ଓ ଉପଭୋକ୍ତାମାନେ ସହଜରେ ଯେପରି ରୁଣ ପାଇପାରିବେ ତାହା ହେଉଛି ମୁଖ୍ୟଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।ମୁଦ୍ରା,ଏସଏଚଜି,ପିଏମଇଜିପି,ଶିକ୍ଷା,ଗୃହ ଓ ବଳରାମ ଯୋଜନା ଅନ୍ତର୍ଗତ ରୁଣ ବିତରଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଆସନ୍ତା ୨୨ ତାରିଖ ଦିନ ଜିଲ୍ଲାରେ ଆଉ ଗୋଟିଏ ରୁଣ ମେଳା କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ ସୁଚନା ଦେଇଛନ୍ତି ।ନାବାର୍ଡର ଡିଡିଏମ ମୁରାରୀ ମୋହନ ବେହେରା ,ସମବାୟ ବ୍ୟାଙ୍କର ସଂପାଦକ କୃଷ୍ଣଚନ୍ଦ୍ର ଦାନି ,ଏସବିଆଇ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ପଦମନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.