Home ଜିଲ୍ଲା ପରିକ୍ରମା କୋମାରେ ଧୁଷୁରୀ ଡାକ୍ତରଖାନା, ଆସୁନାହାଁନ୍ତି ଡାକ୍ତର, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ, ବିଧାୟକ ଦୃଷ୍ଟି ଦେବେକି!

କୋମାରେ ଧୁଷୁରୀ ଡାକ୍ତରଖାନା, ଆସୁନାହାଁନ୍ତି ଡାକ୍ତର, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ, ବିଧାୟକ ଦୃଷ୍ଟି ଦେବେକି!

55

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଧୁଷୁରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ଅବ୍ୟବସ୍ଥା ଘେରରେ କୋମାକୁ ଚାଲିଯାଇଛି । ଡାକ୍ତର ନିଯୁକ୍ତ ହେଇଥିଲେ ସୁଦ୍ଧା ତାଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ । ଏ କଥା ଆମେ କହୁନୁ, କହୁଛନ୍ତି ଡାକ୍ତରଖାନା ଆସୁଥିବା ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ । ଦୀର୍ଘଦିନ ଧରି ଡାକ୍ତର ନଥିବାକୁ କେନ୍ଦ୍ରକରି ସ୍ଥାନୀୟ ଅଂଚଳର ୮ ଟି ପଂଚାୟତର ସାଧାରଣ ଜନତା କିଛିଦିନ ତଳେ ଧୁଷୁରୀ ବଜାରକୁ ୧୨ ଘଣ୍ଟିଆ ବନ୍ଦ ଡାକରାରେ ହୁଲସ୍ତୁଲ କରିଥିଲେ । ଫଳରେ ଜଣେ ଡାକ୍ତରଙ୍କ ନିଯୁକ୍ତି ପରେ ସ୍ୱାସ୍ଥ୍ୟସେବାରେ ସୁଧାର ଆସିଥିଲା । କିନ୍ତୁ କିଛିଦିନ ଗଲାପରେ ‘ଯଥା ପୂର୍ବଙ୍ଗ ତଥା ପରଙ୍ଗ’ ଭଳି ଅବସ୍ଥାରେ ସଢୁଛନ୍ତି ଏ ଅଂଚଳବାସୀ । ଠିକ୍ ସମୟରେ ଡାକ୍ତର ଆସୁନଥିବା ଓ ଫାର୍ମାସିଷ୍ଟ ରୋଗୀ ଦେଖିବାକୁ ନେଇ ବୁଦ୍ଧିଜୀବୀଙ୍କ ସମେତ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଆଗାମୀ ଦିନରେ ଏହାର ସୁଧାର ଦିଗରେ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.