Home ଜିଲ୍ଲା ପରିକ୍ରମା କୋଭିଡ-୧୯ ନିୟମର ଖିଲାପ ନେଇ କାର୍ଯ୍ୟାନୁଷ୍ଠାନ ଦାବି

କୋଭିଡ-୧୯ ନିୟମର ଖିଲାପ ନେଇ କାର୍ଯ୍ୟାନୁଷ୍ଠାନ ଦାବି

286

ବଲାଙ୍ଗୀର ୦୬-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତର ଖାନାରେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ସାଧାରଣ ଲୋକ ପାଇ ନ ପାରିବା ନେଇ ଗୁରୁତର ଅଭିଯୋଗ ହୋଇଆସୁଛି। ଏପରିକି ଏହି କୋଭିଡ-୧୯ ନିୟମ ଅନୁଯାୟୀ ତାର ପାଳନ ନ କରି ଖୋଲା, ଖୋଲି ଉଲଂଘନ କରାଯିବା ଜନସେବା ସଙ୍ଘ ଗୁରୁତର ଅଭିଯୋଗ କରିଛି। ବିଭାଗୀୟ ଅଧିକାରୀଙ୍କ ଦାଇତ୍ଵ ହୀନତା ଓ ଅର୍ଥ ଶୋଷଣ ମନୋଭାବ ଯୋଗୁଁ ଆଖ, ପାଖ ଅଞ୍ଚଳ ର ଗରିବ ଜନସାଧାରଣ ଆସି ଶୋଷଣର ଶିକାର ହେଉଛନ୍ତି। କୋଭିଡ-୧୯ ନିୟମ ଅନୁଯାୟୀ ଏହି ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପରିବର୍ତେ କାର୍ଯ୍ୟକର୍ତା ନିୟମ ର ଉଲଂଘନ କରି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପାଳନ ନ କରିବା ଓ ଡାକ୍ତର ଖାନା ପରିସରରେ ଘରୋଇ ଚିକିତ୍ସା ରେ ଡାକ୍ତର ମଜ୍ଜି ରହି ଅର୍ଥ ଶୋଷଣ କରାଯାଉଛି। ମନଇଚ୍ଛା ଡାକ୍ତର ଖାନା କୁ ଡାକ୍ତର ଆସିବା, ଯିବା ଯୋଗୁଁ ଭର୍ତ୍ତି ହୋଇଥିବା ରୋଗୀ ଭଗବାନ ଭରସାରେ ପଡିରହୁଛନ୍ତି। ଏପରି କି ଏଠାରେ ଥିବା ଶିଶୁ ଡାକ୍ତର ଙ୍କ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଓ ଦାଇତ୍ୱ ହୀନତା ଯୋଗୁଁ ଏକ ଶିଶୁ ଗୁରୁତର ହୋଇ ଯାଇଥିଲା। ହେଲେ ନିଜ ଉପରୁ ଦୋଷ ମିଟେଇବାକୁ ଗୁରୁତର ଶିଶୁ କୁ ଡାକ୍ତର ଖାନା ମୁଖ୍ୟ ଚିକିତ୍ସାଧିକାରୀ କିଛି ଟଙ୍କା ଉକ୍ତ ଶିଶୁ ର ପରିବାର ଲୋକଙ୍କୁ ଦେଇ ବଲାଙ୍ଗୀର କୁ ଆମ୍ବୁଲେନ୍ସ ରେ ସ୍ଥାନାନ୍ତରିତ କରିଦେଇଥିଲେ। ଉକ୍ତ ଶିଶୁ ରାସ୍ତା ରେ ମୃତ୍ୟୁ ର ଶିକାର ହୋଇଥିଲା। ଶିଶୁ ର ପରିବାର ଲୋକେ ଡାକ୍ତର ଙ୍କ ଅବହେଳା ଓ ଚିକିତ୍ସା ରେ ବିଳମ୍ବ ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ସେହିପରି ଡାକ୍ତର ଖାନା ପରିସରରେ ଟଙ୍କା ନେଇ ଘରୋଇ ଚିକିତ୍ସା ରେ ଡାକ୍ତର ବ୍ୟସ୍ଥ ରହୁଥିବା ଓ କୋଭିଡ- ୧୯ ନିୟମ ଅନୁଯାୟୀ ଡାକ୍ତର ଘରୋଇ ଚିକିତ୍ସା ବେଳେ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ଅବା ସାନିଟାଇଜର ବ୍ୟବହାର କିଛି ପାଳନ ନ କରିବା ଦେଖାଯାଉଛି। ଏ ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଅଭିଯୋଗ କରିବା ସତ୍ୱେ ପଦକ୍ଷେପ ନେବା ବଦଳରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇ ଆସୁଛି। ସାମ୍ପ୍ରତିକ ସମୟ ରେ ସରକାରୀ ଡାକ୍ତରଖାନା ପରିସରରେ ଏପରି କୋଭିଡ-୧୯ ନିୟମ ର ଉଲଂଘନ ନେଇ ତୁରନ୍ତ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବାକୁ ଜନସେବା ସଙ୍ଘ ତରଫରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.