Home ଓଡ଼ିଶା କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାରେ ଦେବସ୍ନାନ ପୂଣ୍ଣ ର୍ିମା ପାଳିତ ।

କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାରେ ଦେବସ୍ନାନ ପୂଣ୍ଣ ର୍ିମା ପାଳିତ ।

51

ମାଲକାନଗିରି,୨୪ା୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ଗ୍ରାସ କରିଥିବାରୁ ଲକଡାଉନ ପାଇଁ ଫିକା ପଡିଯାଇଛି ଏହି ଦେବସ୍ନାନ ପୂଣ୍ଣ ର୍ିମା । ମାଲକାନଗିର ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରେ କୋଭିଡ କଟକଣା ମଧ୍ୟରେ ଭକ୍ତ ଶୂନ୍ୟ ରେ ସେବାୟତ ଓ ଙ୍କୁ ନେଇ ନିରାଡମ୍ବର ସହକାରେ ସ୍ନାନପୂଣ୍ଣ ର୍ମା ପାଳିତ ହୋଇଛି । ଜଗନ୍ନାଥ ମନ୍ଦିର କମିଟି ଓ ତହସିଲ ପକ୍ଷରୁ ମନ୍ଦିର ଦ୍ୱାରରେ ପାଣି ବାଲ୍ଟି ହ୍ୟାଣ୍ଡଓ୍ୟାସ,ସାନିଟାଇଜର ରଖା ଯାଇଥିଲା, ମନ୍ଦିଭିତରକୁ ପ୍ରବେଶ ପୂବ ର୍ରୁ ଭଲଭାବରେ ହାତ ଧୋଇବା ପରେ ସମସ୍ତଙ୍କୁ ସାନିଟାଇଜ କରାଯାଇ ନୂତନ ମାସ୍କ ପିନ୍ଧିବାକୁ ଦିଆ ଯାଇଥିଲା,ସ୍ନାନମଣ୍ଡପ କୁ ଠାକୁରଙ୍କୁ ନିଆ ନ ଯାଇ ରତ୍ନସିହାଂସନ ତଳେ ତନିଠାକୁର ଶ୍ରୀବଳଭଦ୍ର, ଶ୍ରୀଗନ୍ନାଥ,ଭଉଣୀ ସୁଭଦ୍ରା ଙ୍କୁ ସ୍ଥାପନ କରାଯାଇ ସେବାୟତ ମାନେ ସାମଜିକ ଦୂରତା ରକ୍ଷାକରି ଶ୍ରୀଜୀଉଙ୍କୁ ସ୍ନାନ କରିଥିଲେ । ଆଜି ସକାଳେ ମନ୍ଦିରର ମୁଖ୍ୟପୂଜକ ବିନାୟକସତପଥି, ସନ୍ତୋଷ କୁମାର ନନ୍ଦ ଓ ଅନ୍ୟାନ ପୁଜକ,ଦଇତା ପତି ମାନେ ତିନିବିଗ୍ରହ ଙ୍କୁ ଶ୍ରୀରତ୍ନସିହାଂସନ ରୁ ତଳକୁ ଓହ୍ଲାଇଦେଇ ରତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ସ୍ନାନକରି ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା, ଦର୍ଶନପରେ ତିନିଠାକୁରଙ୍କୁ ଅଧରପଣା ଦିଆଯାଇଥିଲା ।ପୁଜାକମିଟି ପକ୍ଷରୁ ସେଠାରେ ଉପସ୍ଥିତ ଥିବା ସେବାୟତ ଙ୍କୁ ପ୍ରସାଦ ଓ ଅଧରପଣା ଦିଆଯାଇଥିଲା । ତନିଠାକୁର ଙ୍କ ରତିନିତି ସରିଲାପରେ ପୂଜକ ଓ ଦଇତାପତି ମାନେ ଆଣସର ଘରକୁ ପାଛୋଟି ନେଇଯାଇ ସେଠାରେ ବିଧିବିଧାନ ଅନୁସାରେ ସ୍ଥାପନ କରିଥିଲେ । ଭକ୍ତମାନଙ୍କ ଭିଡକୁ ରୋକିବାପାଇଁ ମନ୍ଦିର ଦ୍ୱାରରେ କଡାପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଠିକ ସେହିପରି ମୋଟୁ,କାଲିମେଳା,ଏମଭି୭୯,ପଡିଆ,ମାଥିଲି, ଗୋବିନ୍ଦପାଲି,ବାଲିମେଳା,ଚିତ୍ରକୋଣ୍ଡା ଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଭକ୍ତଶୂନ୍ୟରେ ଦେବସ୍ନାନ ପୂଣ୍ଣ ର୍ିମା ନିରାଡମ୍ବରରେ ପାଳିତ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.