Home କେନ୍ଦୁଝର କୋଭିଡ କଟକଣାକୁ ମାନୁ ନାହାନ୍ତି ଲୋକେ

କୋଭିଡ କଟକଣାକୁ ମାନୁ ନାହାନ୍ତି ଲୋକେ

43

ହାଟଡ଼ିହି-୧୯ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ଏବେ ସମଗ୍ର ଭାରତବର୍ଷରେ କୋଭିଡର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିବଢ଼ି ଚାଲିଥିବାବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ରା ହୁ ହୁ ହୋଇ ବଢ଼ିଚାଲିଛି । ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ କଟକଣା ଜାରି କରିଥିବାବେଳେ ସମଗ୍ର ରାଜ୍ୟର ସହରାଞ୍ଚଳ ଗୁଡିକରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । କିନ୍ତୁ ଗ୍ରାମାଞ୍ଚଳ ମାନଙ୍କରେ ସେପରି କୌଣସି କଟକଣା ନଥିବାରୁ ଲୋକମାନେ ମାସ୍କ ବ୍ୟବହାର ଓ ସାମାଜିକ ଦୁରତା ରକ୍ଷାକୁ ମାନୁ ନାହାନ୍ତି । ଯାହା ଫଳରେ ଏବେ ହାଟଡିହି ବ୍ଲକ ଅଞ୍ଚଳରେ ସଂକ୍ରମିତଙ୍‌କ ସଂଖ୍ୟା ବଢ଼ି ଚାଲିଛି । ଗତ ୬ଦିନ ଭିତରେ ହାଟଡିହି ବ୍ଲକରେ ସାରକାରୀ ଭାବେ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବେସରକାରୀ ଭାବେ ଏହାର ସଂଖ୍ୟା ଅଧିକ ବୋଲି କୁହାଯାଉଛି । ଗତକାଲି ବଡରମ୍ପାସ ପଞ୍ଚାୟତରେ ୪ଜଣ, ଧନୁର୍ଜୟପୁରରେ ଜଣେ, ବଞ୍ଚୋରେ ଜଣେ ଏବଂ ଜମ୍ଭୀରା ପଞ୍ଚାୟତରେ ଜଣେ ଲେଖାଏଁ ବାହାରିଥିବାବେଳେ ଆଜି ଶାସଙ୍ଗ ପଞ୍ଚାୟତରେ ଜଣେ ଓ ହାଟଡିହି ପଞ୍ଚାୟତରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏପରିସ୍ଥଳେ ଛକ ବଜାର ମାନଙ୍କରେ ଲୋକମାନେ ବିନା ମାସ୍କରେ ବୁଲାବୁଲି କରିବା, ସାମାଜିକ ଦୁରତାକୁ ଗୁରୁତ୍ୱ ନଦେଇ ଗହଳି କରୁଥିବା ଦେଖିବାକୁ ମିଳିଛି । ପୁଲିସ ପ୍ରଶାସନ ପକ୍ଷରୁ ଗତ କିଛିଦିନ ତଳେ ଘଣ୍ଟେ ଦୁଇଘଣ୍ଟା ପାଇଁ ସଚେତନ କରାଯାଇ ଗାଡି ମୋଟର ଚେକିଂ କରାଯାଇ କେବଳ ବାଇକ ଆରୋହି ମାନଙ୍କୁ ମାସ୍କ ବିନ୍ଧିବାକୁ ସଚେତନ କରାଯାଇଥିଲା । କିନ୍ତୁ ତା ପରଠାରୁ ପ୍ରଶାସନ ପକ୍ଷରୁ ଆଉ ସେପରି କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଲୋକମାନେ ସରକାରୀ କଟକଣାକୁ ମାନୁ ନାହାନ୍ତି । କୌଣସି କାମ ନଥାଇ ମଧ୍ୟ ଶହଶହ ଲୋକ ଛକ ବଜାର ମାନଙ୍କରେ ଏକଜୁଟ ହେଉଥିବାବେଳେ ବ୍ୟବସାୟୀ ମାନେ ମଧ୍ୟ ଏଥିପ୍ରତି ସଚେତନ ହେଉ ନାହାନ୍ତି । ଯାହାଦ୍ୱାରାକି କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶାଙ୍କା ଦେଖା ଦେଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.