Home Top News କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସିଂହଦ୍ବାର ସମ୍ମୁଖରେ ଗୋସାଣୀ ଯାତ୍ରାକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ...

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସିଂହଦ୍ବାର ସମ୍ମୁଖରେ ଗୋସାଣୀ ଯାତ୍ରାକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି

45

ପୁରୀ ୧୩-୧୦ (ଓଡ଼ିଆ ପୁଅ) କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ ଗୋସାଣୀ ଯାତ୍ରାକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ମେଢ ଦେଖିବା ନିମନ୍ତେ ଦର୍ଶନାର୍ଥୀ ମାନଙ୍କ ଭିଡ ହେବା ସହ ସାମାଜିକ ଦୂରତ୍ବ ରକ୍ଷା ନିୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ଯାରି କରାଯାଇଛି। ପୂର୍ବରୁ ଦୁର୍ଗା ପୂଜା ସମୟରେ ସର୍ବସାଧାରଣ ଦର୍ଶନ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ସାରା ରାଜ୍ୟରେ ଯାରି କଟକଣା ବଳବତ୍ତର ରହିଛି। ଉକ୍ତଦିନ ମଧ୍ୟାହ୍ନ ୧୨ ଘଟିକା ସମୟରୁ ଗୋସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସିଂହଦ୍ବାର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ କଟକଣା ଯାରି ରହିଛି। ଶ୍ରୀମନ୍ଦିର ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତବିଶେଷ ଏବଂ ପୂଜା କମିଟିର ସର୍ବାଧିକ ୭ ଜଣଙ୍କୁ ଏହି ସମୟ ମଧ୍ୟରେ ପ୍ରବେଶାନୁମତି ରହିବ। ଉକ୍ତ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ। ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଉକ୍ତ ନିର୍ଦ୍ଦେଶନାମାର କଡାକଡି ପାଳନ ନିମନ୍ତେ ସିଂହଦ୍ବାର ଓ ଟାଉନ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.