Home କୋରାପୁଟ କୋଟିଆ ଗ୍ରାମପୁଞ ଗସ୍ତ କଲେ ଜିଲ୍ଲାପାଳ

କୋଟିଆ ଗ୍ରାମପୁଞ ଗସ୍ତ କଲେ ଜିଲ୍ଲାପାଳ

49

କୋରାପୁଟ  ୯-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମପୁଞରେ ଆନ୍ଧ୍ର ଅଧିକାରୀମାନେ ଅନୁପ୍ରବେଶ କରିବାର ୨୪ ଘ. ନ ପୂରଣୁ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର କୋଟିଆ ଗସ୍ତ କରି ଆନ୍ଧ୍ରକୁ କଡା ଜବାବ ଦେଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ କୋଟିଆ ଗ୍ରାମପୁଞର ମାଡକାର ବ୍ରିଜର ସ୍ଥିତି ସଂପର୍କରେ ଆରଡି ବିଭାଗର ଯନ୍ତ୍ରୀମାନଙ୍କ ସହ ସମୀକ୍ଷା କରିବା ସହ ହରମାଣ୍ଡିଙ୍ଗ ଲ୍ୟାଣ୍ଡସ୍ଲାଇଡ ସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ ।ଫଗୁଣସେନେରୀ  ଓ ଫାଟୁସେନେରୀ ଗ୍ରାମକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ , ପଟ୍ଟାଙ୍ଗୀ ବିଡିଓ ସୈାମ୍ୟ ସାର୍ଥକ ମିଶ୍ର , ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କେସପଟା , ପଂଚାୟତ ନିର୍ବାହୀ ଅଧିକାରୀ ନବ କିଶୋର ହନ୍ତାଲ  ଓ ଆରଡି ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ଗତକାଲି ପଟ୍ଟାଙ୍ଗୀ ବିଡିଓ ଶ୍ରୀ ମିଶ୍ର ତଳଗଞେଇପଦର ଗସ୍ତକରି ଫେରିବାପରେ ଆନ୍ଧ୍ରର ଅଧିକାରୀମାନେ ଅନୁପ୍ରବେଶ କରି ସଭା କରିବା ସହିତ ଚାଉଳକାର୍ଡ ପ୍ରଦାନ କରିଥିଲେ ।ଆନ୍ଧ୍ରର ଅଧିକାରୀମାନଙ୍କ ବାରମ୍ବାର ଅନୁପ୍ରବେଶକୁ  ଜିଲ୍ଲା ପ୍ରଶାସନ ତରଫରୁ ବିରୋଧ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.