Home କୋରାପୁଟ କୋଟିଆ ଗ୍ରାମପୁଞର ଗୋଟିଏ ପଟେ ଓଡିଶା ଅଧିକାରୀ ଓ ଅନ୍ୟପଟେ ଆନ୍ଧ୍ର ଅଧିକାରୀ

କୋଟିଆ ଗ୍ରାମପୁଞର ଗୋଟିଏ ପଟେ ଓଡିଶା ଅଧିକାରୀ ଓ ଅନ୍ୟପଟେ ଆନ୍ଧ୍ର ଅଧିକାରୀ

48

କୋରାପୁଟ ୦୮-୧୦(ଓଡିଆ ପୁଅ /ରଂଜନ ଦାସ) କୋଟିଆ ଗ୍ରାମପୁଞର ଗୋଟିଏ ପଟେ ଓଡିଶାର ଅଧିକାରୀ ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିବା ବେଳେ ଅନ୍ୟପଟେ ଆନ୍ଧ୍ର ଅଧିକାରୀ ଲୁଚିକରି ଗୋଟିଏ ଗ୍ରାମରେ ଅନୁପ୍ରବେଶ କରି ଗ୍ରାମସଭା କରିଥିବା ଜଣାପଡିଛି ।ବିବାଦୀୟ କୋଟିଆ ଗ୍ରାମପୁଞରେ ଆନ୍ଧ୍ର ଅଧିକାରୀମାନେ ପୁଣି ଲୁଚିକରି ଅନୁପ୍ରବେଶ କରିଥିବା ଜଣାପଡିଛି ।ତଳଗଞେଇପଦର ଗ୍ରାମରେ  ଏମପିଡିଓ ଜି.ପାର୍ବତୀ ଓ ଅନ୍ୟ ଅଧିକାରୀମାନେ ପ୍ରବେଶ କରି ଗ୍ରାମସଭା କରିଥିବା ସୂଚନା ମିଳିଛି ।ଉନ୍ନୟନ କାର୍ଯ୍ୟ ସଂପର୍କରେ ଲୋକାମାନଙ୍କ ସହ ଆଲୋଚନା କରିବା ସହ ଚାଉଳ କାର୍ଡ ପ୍ରଦାନ କରିଥିବା ଜଣାପଡିଛି । ପଟ୍ଟାଙ୍ଗୀ ବିଡିଓ  ସୈାମ୍ୟ ସାର୍ଥକ ମିଶ୍ର ତଳଗଞେଇପଦର ,କୋଟିଆ ,ମାଡକାର,ଫଗୁଣସେନେରୀ,ଫାଟୁସେନେରୀ ,ଡୋଲିଆମ୍ବ ଓ ହରମାଣ୍ଡିଙ୍ଗ ଗ୍ରାମ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।ଏପିଓ ସୈାମେନ୍ଦ୍ର ନାୟକ ,କନିଷ୍ଠ ଯନ୍ତ୍ରୀ ଅଜୟରାମ ତରାଇ ଉପସ୍ଥିତ ଥିଲେ । ।ବାରମ୍ବାର ଆନ୍ଧ୍ର ଅଧିକାରୀମାନେ ଅନୁପ୍ରବେଶ କରି ସ୍ୱାସ୍ଥ୍ୟ ଶିବିର ,ଚକ୍ଷୁ ଶିବିର ଓ ବାତ୍ୟା କ୍ଷୟକ୍ଷତି ଆକଳନ କରୁଥିବା ବେଳେ ରାଜ୍ୟ ସରକାର ଆନ୍ଧ୍ରର  ଅନୁପ୍ରବେଶକୁ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.