Home ଜିଲ୍ଲା ପରିକ୍ରମା କୋଚିଳା ନଦୀବନ୍ଧ ନିର୍ମାଣ ବେଳେ ଜୁନିୟର ମାଇନିଙ୍ଗ ଅଫିସରଙ୍କ ଦାଦାଗିରି, ଲୋଙ୍କ ଅସନ୍ତୋଷର ଶିକାର ହେଲେ...

କୋଚିଳା ନଦୀବନ୍ଧ ନିର୍ମାଣ ବେଳେ ଜୁନିୟର ମାଇନିଙ୍ଗ ଅଫିସରଙ୍କ ଦାଦାଗିରି, ଲୋଙ୍କ ଅସନ୍ତୋଷର ଶିକାର ହେଲେ ଅଧିକାରି

8
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ରେ ବିଭିନ୍ନ ସରକାରୀ ,ଗୋଚର , ଅନାବାଦୀ ସ୍ଥାନ ରେ ବେଆଇନି ଭାବେ ମାଟିମାଫିଆ ମାନେ ଦୈନିକ ସହସହ ଟ୍ରିପମାଟି ଚୋରା ଚାଲାଣ ହେଉଛି।ବୈତରଣୀ ,କୋଚିଳା ଆଦି ନଦୀ ରେ ବେଆଇନି ଘାଟକରି ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରିଛନ୍ତି ।ମାତ୍ର ସେମାନଙ୍କୁ ମାଇନିଙ୍ଗ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ବେଳେ ସରକାରୀ କାର୍ଯ୍ୟକୁ ଉକ୍ତ ବିଭାଗ ବିରୋଧ କରୁଥିବାରୁ ଏ ନେଇ ସ୍ଥାନୀୟ ଲୋକଙ୍କ ବିରୋଧରେ ମାଇନିଙ୍ଗ ବିଭାଗ ର ଅଧିକାରି ଜାଗା ଛାଡି ପଳାଇଥିଲେ।ଘଟଣା ରୁ ପ୍ରକାଶଜେ ଧାମନଗର ଜଳସେଚନ ବିଭାଗ ଅଧିନସ୍ତ ପଧାନି ପଂଚାୟତ ର ସଇଲୋ ଠାରେ କୋଚିଳା ବନ୍ଧ ଦୁଇଶହ ମିଟର ଧସିଥିଲା। ଏ ନେଇ ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ୩୦ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠୀ ମାଟି ପକାଯିବା ପରେ ପଥର ପଡ଼ିବା ପରେ ପୁଣି ସେଠାରେ ବନ୍ଧ ଧଶିଥିଲା। ଏ ନେଇ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶରତ ଘଡାଇ,ଧାମନଗର ଏସ ଡି ଓ କିଶୋର କୁମାର ଦାସ ଓ ଅନ୍ୟ ଅଧିକାରି ଘଟଣା ସ୍ଥଳ ରେ ପହଂଚି ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ସାରିବାପାଇଁ ଠିକାଦାର ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ହେଲେ ଉକ୍ତ ସ୍ଥାନ ରେ ବନ୍ଧ ଟେ ଟ୍ରାକ୍ଟର ମାଧ୍ୟମ ରେ ମାଟି ପଡ଼ୁଥିବା ବେଳେ ନୂଆକରି ଚାକିରି ରେ ଯୋଗ ଦେଇଥିବା ଭଦ୍ରକ ମାଇନିଙ୍ଗ ଅଫିର ଜୁନିୟର ମାଇନିଙ୍ଗ ଅଫିସର ଘଟଣା ସ୍ଥଳରେ ପହଂଚି କାମ ବନ୍ଧ କରି ଟଙ୍କା ମାଗିଥିଲେ ପ୍ରଥମେ ରୟାଲ୍ଟି ଦିଅ ତାପରେ କାମ କରିବ ।ଭୟରେ ଟ୍ରାକ୍ଟର ବାଲା ପଳାଇଥିଲେ । ଏ ନେଇ ଜଳସେଚନ ବିଭାଗ ଅଧିକାରୀ କିଶୋର ଦାସ ଓ ଉକ୍ତ ଅଧିକାରୀଙ୍କ ସହ ମଧ୍‌ଯ ଯୁକ୍ତି ତର୍କ ହୋଇଥିଲା। ଟେଣ୍ଡର ବେଳେ ଠିକା ଦାର ଜଳସେଚନ ବିଭାଗ ସହ ଏଗ୍ରିମେଂଟ ବେଳେ ରୟାଲଟି ବାବଦେ ତହସିଲକୁ ଟଙ୍କା ଡିପୋଜିଟି କରାଯାଇଥାଏ ବୋଲି ଶ୍ରୀ ଦାସ କହିବାବେଳେ ନୂଆ କରି କାର୍ଯ୍ୟ ରେ ଯୋଗ ଦେଇଥିବା ଜୁନିୟର ମାଇନିଙ୍ଗ ଅଫିସର ଶ୍ରୀ ଦାସ ଙ୍କୁ ନାଲି ଆଖି ଦେଖାଇଥିଲେ ଓ କାମ ବନ୍ଦ କରିବା ପାଇଁ କହିଥିଲେ । ଆଗକୁ ମୌସୁମୀ ଆସିବାସହ ବର୍ଷାଋତୁ ଆରମ୍ଭ ହୋଇଗଲେ ବନ୍ୟାଆସିଲେ ଉକ୍ତ ସ୍ଥାନ ରେ ଘାଇ ସୃଷ୍ଟି ସହ ବ୍ୟାପକ ଧନଜୀବନ ହାନି ହେବ । ସ୍ଥାନୀୟ ଲୋକ ମାନେ ଉତେଜିତ ହୋଇ ଉକ୍ତ ମାଇନିଙ୍ଗ ଅଫିସର କୁ ଘେରାଉ କରିଥିଲେ । ତେବେ ସ୍ଥାନୀୟ ଉତେଜିତ ଲୋକଙ୍କୁ ଜଳସେଚନ ବିଭାଗ ଅଧିକାରୀ ବୁଝାସୁଝା କରି ଥିଲେ। ଜଳସେଚନ ବିଭାଗକୁ ଚିଠି କରିବା ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଯାହା ନିଷ୍ପତି ନିଆଯିବ କିନ୍ତୁ ସରକାରଙ୍କ ନିର୍ଦେଶ ମତେ ନଦୀବନ୍ଧ କାର୍ଯ୍ୟ କରାଯିବବୋଲି ଶ୍ରୀ ଦାସ କହିବା ପରେ ସ୍ଥାନୀୟ ଲୋକ ମାନେ ମାଇଂନି ଅଫିସର କୁ ଛାଡି ଥିଲେ। ତେବେ କୋଚିଳା ନଦୀବନ୍ଧ ନିର୍ମାଣ ତୁରନ୍ତ ସାରିବାକୁ ସ୍ଥାନୀୟ ଲୋକ ମାନେ ଦାବି କରିଥିଲେ । ତେବେ ସରକାରୀ କାର୍ଯ୍ୟ ଚାଲିଥିବା ବେଳେ ଜଣେ ସରକାରୀ ଅଧିକାରୀ ଉକ୍ତ ସରକାରୀ କାର୍ଯ୍ୟକୁ ବନ୍ଦ କରିବା ସଧାରଣ ରେ ନାପସନ୍ଦ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.