Home ଜିଲ୍ଲା ପରିକ୍ରମା କୋଇଲା ଓ ଇଟାଭାଟି ମାଫିଆଙ୍କ ଆକ୍ରମଣରେ ୨ ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍‌ର କର୍ମଚାରୀ ଗୁରୁତର

କୋଇଲା ଓ ଇଟାଭାଟି ମାଫିଆଙ୍କ ଆକ୍ରମଣରେ ୨ ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍‌ର କର୍ମଚାରୀ ଗୁରୁତର

21

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କୋଇଲା ଚୋରି ରୋକିବା ପାଇଁ ଯାଇ ମାଡ ଖାଇଛନ୍ତି ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍‌ର ଦୁଇଜଣ ଯବାନ । ଏବେ ସେମାନଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଧାମରାରୁ ଟ୍ରେନ୍‌ରୁ ଆସୁଥିବା କୋଇଲା ଚୋରି ଏବେ ଚରମ ସୀମାରେ ପହଞ୍ôଚଛି । ଏହି କଳାହୀରାର ରାକେଟ କେବଳ ଭଦ୍ରକ ଜିଲାରେ ରହିନାହିଁ, ଏହା ପଡୋଶୀ ରାଜ୍ୟକୁ ମଧ୍ୟ ବ୍ୟାପିଚାଲିଛି । ଏଣୁ ଟିଟୋ ଭଳି ଗ୍ୟାଙ୍ଗଷ୍ଟାରର କେତେକ ସହଯୋଗୀ ମଧ୍ୟ ଏଠାକୁ ଆସି ପୁଲିସ୍ ହାତରେ ଧରାପଡିଲେଣି । ତେବେବି ଏହି ରାକେଟ୍ ପଛରେ ସ୍ଥାନୀୟ ପୁଲିସ୍‌ର ହାତ ରହୁଥିବାରୁ ଏହାକୁ ରୋକାଯିବା କ୍ଷେତ୍ରରେ ବହୁ ବାଧା ଉପୁଜିଛି । ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ରାଜ୍ୟ ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍‌ର ୮ ଜଣ ଯବାନ ନାଲଗୁଣ୍ଡାର ପଳାସପୁରରେ ଚଢାଉ କରି ଏକ ଇଟାଭାଟିରୁ ବିପୁଳ ପରିମାଣରେ ବେଆଇନ୍ କୋଇଲା ଜବତ କରିଥିଲେ । ଏହି ସମୟରେ ପ୍ରାୟ ୨୦/୩୦ ଜଣ ସ୍ଥାନୀୟ କୋଇଲା ମାଫିଆ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ରେଳବାଇ ଆରପିଏଫ୍ କ୍ରାଇମବ୍ରାଞ୍ଚର ମୁକେଶ କୁମାର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ନାମକ ଦୁଇଜଣ କର୍ମଚାରୀ ଗୁରୁତର ହୋଇଥିଲେ । ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.