Home ଜିଲ୍ଲା ପରିକ୍ରମା କେବୁଲ ଚୋରି ଅଭିଯୋଗରେ ୪ ଗିରଫ

କେବୁଲ ଚୋରି ଅଭିଯୋଗରେ ୪ ଗିରଫ

76

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ହୁମାନ ବାଟିକା ନିକଟରେ ଟେଲିଫୋନ କେବୁଲ ଚୋରି କରୁଥିବା ବେଳେ ଚାରି ଚୋରଙ୍କୁ ବୁଧବାର ପୁଲିସ ଗିରଫ କରିଛି । କହରାପୋଖରୀ ଗ୍ରାମର କାଳିଆ ବେହେରା, ବିଜୁ ମୁଣ୍ଡା, ଶ୍ରୀଧର ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ତୀର, କୋଦାଳ, ଶାବଳ, ଆରି ଆଦି ଜବତ କରାଯାଇଛି । କହରାପୋଖରୀ ଭାରତ ସଞ୍ଚାର ନିଗମ ଲାଇନମ୍ୟାନ ଦାଶରଥି ବେହେରାଙ୍କ ଅଭିଯୋଗ କ୍ରମେ ଥାନାରେ ୨୦୨/୨୦ ନଂ ମାମଲା ଋଜୁ କରାଯାଇଛି । ନାବାଳକକୁ ଅଭିଭାବକଙ୍କ ଜିମା ଦିଆଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.