Home ଜିଲ୍ଲା ପରିକ୍ରମା କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ୍ ସଂଶୋଧନ ପ୍ରସ୍ତାବକୁ ବିରୋଧ, ଟିୟୁଏସିସି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ୍ ସଂଶୋଧନ ପ୍ରସ୍ତାବକୁ ବିରୋଧ, ଟିୟୁଏସିସି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

48

ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ): ଚଳିତ ପାର୍ଲିଆମେଣ୍ଟ୍ ଅଧିବେଶନରେ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଦେଶର ପ୍ରଚଳିତ ୪୪ଟି ଶ୍ରମ ଆଇନ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଆଗତ ନିଷ୍ପତ୍ତିକୁ ବାଲେଶ୍ୱରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍‌ମାନଙ୍କ ପକ୍ଷରୁ ମିଳିତ ପ୍ରତିବାଦ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମିଳିତ ମଞ୍ଚ ଟି-ୟୁ-ଏ-ସି-ସି- ପକ୍ଷରୁ ଛଅ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରସ୍ତାବିତ ଶ୍ରମଆଇନ୍ ସଂଶୋଧନକୁ ପ୍ରତ୍ୟାହାର ସହ ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି ପ୍ରସ୍ତାବକୁ ଏହି ଦାବିପତ୍ରରେ ବିରୋଧ କରାଯାଇଛି। ଏଥି ସହିତ ଲାଭଦାୟକ ସରକାରୀ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ ନକରିବାକୁ ଦାବି କରାଯାଇଛି। ସମାନକାମକୁ ସମାନ ମଜୁରୀ ପ୍ରଦାନ କରି ସ୍କିମ୍ ୱାର୍କର୍ସ ଓ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି, କ୍ଷୁଦ୍ରଶିଳ୍ପ ସଂସ୍ଥା, କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀମାନଙ୍କୁ କମ୍ ସୁଧରେ ଋଣ ଯୋଗାଇଦେବା, କରୋନା ମହାମାରୀ ଯୋଗୁ ରୋଜଗାର ହରାଇଥିବା ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏବଂ କରୋନାକୁ ମୁକାବିଲା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ସହ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ବେଳେ ବାଲେଶ୍ୱର ଟି-ୟୁ-ଏ-ସି-ସି-ର ସାଧାରଣ ସଂପାଦକ ତଥା ଆବାହକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଏ-ଆଇ-ଟି-ୟୁ-ସି- ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, ସି-ଆଇ-ଟି-ୟୁ-ର ଜିଲ୍ଲାନେତା ପ୍ରେମରଂଜନ ପାତ୍ର, ଆଇ-ଏନ୍‌-ଟି-ୟୁ-ସି-ର (ଯୁବ) ସଭାପତି ବିକାଶ ଦାସ, ଏଚ୍‌-ଏମ୍‌-ଏସ୍‌- ସଭାପତି ଅରୁଣ କୁମାର ସ୍ୱାଇଁ ଓ ଗଦାଧର ପ୍ରଧାନ, ଏନ୍‌-ଏଫ୍‌-ଆଇ-ଟି-ୟୁ-ର ରାଜ୍ୟ ସଂପାଦକ ଶାନ୍ତନୁ ଦାସ, ଏ-ଆଇ-ୟୁ-ଟି-ୟୁ-ସି-ର ସଂପାଦକ ନିରାକାର ପାଣ୍ଡବ ଓ ଚାଷୀ ଏକତା ମଞ୍ଚର ଆବାହକ ଅରୁଣ ଜେନା, ଦାବିପତ୍ରରେ ସ୍ୱାକ୍ଷର କରିଥିବାବେଳେ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ସେକ୍ ସଲ୍ଲାଉଦ୍ଦିନ୍‌, ଜତିନ୍ ପାତ୍ର, ନିକୁଞ୍ଜ ବସନ୍ତ ରାୟ, ବାସନ୍ତୀ ସାମଲ, ପିତାମ୍ବର ମାଝୀ, ଭରତ ଚନ୍ଦ୍ର ସେଠୀ, ଶିଶିର ହୁଇ, ବିଜୟ ପାତ୍ର, ରାଜକିଶୋର ଲେଙ୍କା, ବନ୍ଦନା ବିଶ୍ୱାସ, ଭାରତୀ ପଣ୍ଡା, ନିରଞ୍ଜନ ପରିଡ଼ା, ପ୍ରଶାନ୍ତ ଦାସ, ଶମ୍ଭୁନାଥ ଦାଶ, ଜୀବନକୃଷ୍ଣ ବାରିକ, ଖଗେନ୍ଦ୍ର ବେହେରା, ମନ୍ମଥ ପରିଡ଼ା, ଶଶିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.