ad
ଓଡ଼ିଶା

କେନ୍ଦ୍ରୀୟ ମନ୍ତ୍ରୀଙ୍କର ବାହନ ଜାଞ୍ଚ ନ କରିବାରୁ ତିନି ପୁଲିସକର୍ମୀ ନିଳମ୍ବିତ !

ପାଟନା ୯-୯ (ଓଡ଼ିଆ ପୁଅ) କେନ୍ଦ୍ରୀୟ ସ୍ଵାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେଙ୍କର ବାହନକୁ ବିନା ଜାଞ୍ଚ କରାଯାଇ ଛଡ଼ାଯିବାରୁ ପାଟନା ଆୟୁକ୍ତ ଆନନ୍ଦ କିଶୋରଙ୍କର ଆଦେଶରେ ଜଣେ ଉପ ନିରୀକ୍ଷକଙ୍କ ସହିତ ତିନିଜଣ ପୁଲିସ କର୍ମିଙ୍କୁ ରବିବାରଦିନ ନିଲମ୍ବିତ କରାଯାଇଛି।

ଯାତାଯାତ ପୁଲିସ ଅଧୀକ୍ଷକ ଡି. ଅମରକେଶଙ୍କ ସହିତ କିଶୋର ବେଲି ରୋଡ ସ୍ଥିତ ବିହାର ମ୍ୟୁଜିୟମ ନିକଟରେ ନୂଆ ମୋଟର ବାହନ ସଂଶୋଧନ ଅଧିନିଯମ ୨୦୧୯ ଅନୁଯାୟୀ ସଘନ ଜାଞ୍ଚ କରୁଥିଲେ। ଏହି ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ଵିନୀ ଚୌବେଙ୍କର କଳା କାଚ ଲାଗିଥିବା କାର ତାଙ୍କ ପୁଅ ଅର୍ଜିତ ଚୌବେ ଚଲାଇ ସେଠାରେ ପହଁଞ୍ଚିଥିଲେ।

ଗାଡ଼ିରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ପୁଲିସକର୍ମି ଗାଡ଼ିକୁ ଜାଞ୍ଚ କରିବା ପାଇଁ ରୋକିଲେ କିନ୍ତୁ କିଛି ସମୟ ପର୍ଯ୍ୟନ୍ତ କୌଣସି ମଧ୍ୟ ପୁଲିସକର୍ମୀ (ଚାଲାଣ କାଟିବା ପାଇଁ) ସେଠାରେ ଜାଞ୍ଚ ପାଇଁ ପହଁଚିଲେ ନାହିଁ। ତା’ ପରେ ଅର୍ଜିତ ବିନା ଜାଞ୍ଚ କରାଇ ଗାଡ଼ିକୁ ନେଇକରି ସେଠାରୁ ଚାଲିଯାଇଥିଲେ।

ଆଯୁକ୍ତ ଜରିମାନା ରାଶି ଅସୁଲ କରିବାରେ ଦାୟିତ୍ୱହୀନତା କରଣରୁ ଉପ ନିରୀକ୍ଷକ ଦେବପାଲ ପାସୱାନ ଏବଂ ଆରକ୍ଷୀ ଦିଲୀପ ଚନ୍ଦ୍ର ସିଂହ ଏବଂ ପପ୍ପୁ କୁମାରଙ୍କୁ ନିଳମ୍ବିତ କରିବା ପାଇଁ ନିର୍ଦ୍ଦେଶ ଯାତାଯାତ ପୁଲିସ ଅଧୀକ୍ଷକଙ୍କୁ ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top