ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ଜାତୀୟ ସୁରକ୍ଷା ସଚେତନତା ବାର୍ତା ବାଂଟିବା ସହ ୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିବେଶକୁ ଶୃଙ୍ଖଳିତ କରିବା ସହ ତଟ ଅଂଚଳକୁ ସୁରକ୍ଷିତ ରଖିବା ଏବଂ ସମୃଦ୍ଧ ଭାରତ ପାଇଁ ଆହ୍ୱାନ ଦେଇ ସଚତେନତା ଶିବିର ମାନ ଆୟୋଜନ କରାଯାଉଛି ବୋଲି ଆଜି ଭଦ୍ରକ ଜଲ୍ଲାପାଲ ନିଜର ମତବ୍ୟକ୍ତ କରିଛନ୍ତି। ମାର୍ଚ ୧୦ ତାରିଖ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳର ପ୍ରତିଷ୍ଠା ଦିବସ ହୋଇଥିବା ଅବସରରେ ପୂର୍ବାଂଚଳ ଆଓସିଏଲ ଏବଂ ପାରାଦ୍ୱୀପ ପୋର୍ଟ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ର କମାଣ୍ଡେଂଟ ଅଖେତ ପଟେଲ ଙ୍କ ବଳିଷ୍ଠ ସଂଯୋଜନାରେ ହୋଇଥିବା ସାଇକେଲ ମାରାଥନର ୨ୟ ଦିବସ ଅବ୍ୟବହିତ ପୂର୍ବରୁ ଗୋଲଡେନ ଆଙ୍କର ହୋଟେଲ ଠାରେ ଜାଗୁଳା ଜିପି ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ସମ୍ମାନୀତ ଅତିଥି ଭାବେ ଭଦ୍ରକ ଡିଏ‘ଓ ସୌଭାଗ୍ୟ କୁମାର ସାହୁ, ବାସୁଦେବପୁର ପୌରୋପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ବକ୍ତା ମାନଙ୍କୁ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ତରଫରୁ ଉପଢୌକନ ପ୍ରଦାନ କରାଯାଇଥିବା ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ଏହି ସାଇକେଲ ମାରାଥନ ୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଂଚଳ ପରିକ୍ରମା କରିବା ପରେ କନ୍ୟାକୁମାରୀରେ ୧ ଏପ୍ରିଲରେ ପହଂଚିବେ। ସେମାନେ ସମୁଦାୟ ୬୫୫୩ କି.ମି ଯାତ୍ରା କରି କନ୍ୟାକୁମାରୀ ରେ ଏହି ଯାତ୍ରା ଶେଷ କରିବେ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଶେଷରେ ଭଦ୍ରକ ଜିଲ୍ଲାପାଳ ଏବଂ ଉପସ୍ଥିତ ଅତିଥି ମାନେ ପତାକା ହଲାଇ ୨ୟ ଦିନ ସାଇକେଲ ମାରାଥନ ଦଳର ୫୦ଜଣ ସଇକେଲ ଆରୋହୀଙ୍କୁ ସେମାନଙ୍କ ଗନ୍ତବ୍ୟ ପଥର ଆଗେଇ ଯିବାକୁ ଦେଇଥିଲେ। ଏହି କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳର ସାଇକେଲ ମାରାଥନ ଦଳ ବାଂଶଡା ଥାନା ଏବଂ ଚାନ୍ଦବାଲି ଦେଇ ପାରାଦ୍ୱୀପ ଯିବାର କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଥିବା ବେଳେ ଏହି ସାଇକେଲ ମାରାଥନ କାର୍ଯ୍ୟକ୍ରମ ଆରମ୍ଭ ନିରାପଦ ଯାତ୍ରା ଏବଂ ସୁରକ୍ଷା ପାଇଁ ଧାମରା ଥାନାର ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଏବଂ ଥାନାର ସମସ୍ତ ଉପସ୍ଥିତ ରହି ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିଥିଲେ।
Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳର ସାଇକେଲ ମାରାଥନ, ଜାତୀୟ ସୁରକ୍ଷା ଏବଂ ସଚେତନତା ବାର୍ତା ବାଂଟୁଛି...