Home ଓଡ଼ିଶା କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ ଜିଲାରେ କୋଭିଡ୍ ପରିସ୍ଥିତି ସମୀକ୍ଷା

କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ ଜିଲାରେ କୋଭିଡ୍ ପରିସ୍ଥିତି ସମୀକ୍ଷା

30

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଶ୍ରୀ ଅନିଲ କୁମାର ସାମଲ ଜିଲାରେ କୋଭିଡ୍ ପରିସ୍ଥିତି ର ସମୀକ୍ଷା କରିଛନ୍ତି। ଜିଲା ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ସହ କରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଡାକ୍ତରମାନେ ନୀୟମିତ ଭାବେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଅଧିକ ଆଂଟିଜେନ ନମୁନା ସଂଗ୍ରହ ଏବଂ ପ୍ଲାଜମା ଦାନ କରିବାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷରେ ଜିଲାପାଳ ବଲଓନ୍ତ ସିଂ ଜିଲାରେ କୋଭିଡ୍ ସ୍ଥିତି କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ୍ କେୟାର ସେଂଟରରେ ଉପଲବ୍ଧ ସୁବିଧା ସଂପର୍କରେ ଜଣାଇଥିଲେ। ଜିଲାରେ ଏପର୍ଯ୍ୟନ୍ତ ୯୩ ହଜାର ୫୨୭ ଜଣଙ୍କ କରୋନା ପରୀକ୍ଷା କରାଯାଇଛି। ଜିଲାରେ ଏପର୍ଯ୍ୟନ୍ତ ୧୦୨୧୧ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୮୭୩୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ବର୍ତମାନ ୧୪୨୨ ଜଣ ସଂକ୍ରମିତ ମାନଙ୍କ ମଧ୍ୟରୁ ୧୦୫୧ ଜଣ ଗୃହ ସଂଘରୋଧରେ ଅଛନ୍ତି। କରୋନା ଆରୋଗ୍ୟ ହାର ୮୬ ପ୍ରତିଶତ ରହିଛି ଓ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି। ବର୍ତମାନ ୨୬ ଟି ସ୍ଥାନକୁ କନଟେନମେଂଟ ଜୋନ ରେ ରଖାଯାଇଛି। ବର୍ତମାନ ଜିଲାରେ ୧୦ ଟି କୋଭିଡ୍ ଯତ୍ନ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କରୋନା ରୋଗୀ ମାନଙ୍କ ପାଇଁ ୯୭୨ ଶଯ୍ୟା ବ୍ୟବସ୍ଥା ରହିଛି ଏବଂ ଏଥିରେ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି। ବର୍ତମାନ ଜିଲାରେ ପ୍ରାୟ ୧୨୦୦ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୧ ହଜାର ଆଂଟିଜେନ ଏବଂ ୨୦୦ ଆରଟିପିସିଆର ମାଧ୍ୟମରେ ନମୁନା ସଂଗ୍ରହ କରାଯାଉଛି। ସେହିଭଳି ପ୍ରତି ବ୍ଲକ ରୁ ଦୈନିକ ୧୦୦ ନମୁନା ସଂଗ୍ରହ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି। ଏହି ଟିମରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ବ୍ୟତୀତ ପରିଚାଳନାରେ ସହଯୋଗ ନିମନ୍ତେ ପ୍ରାଣୀଧନ ନିରକ୍ଷକ ଓ ଡାଟା ଏଂଟ୍ରି ଅପରେଟର ମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ବର୍ତମାନ ଜିଲାରେ ୩୨ ଟି ଆମ୍ବୁଲାନ୍ସ ଗୋଟିଏ ଏଏଲଏସ୍ ଓ ଦୁଇଟି ବିଏଲଏସ୍ ଆମ୍ବୁଲାନ୍ସ କାମ କରୁଥିବା ବେଳେ ଆଉ ୨ଟି ଏଏଲଏସ୍ ଆମ୍ବୁଲାନ୍ସ ଆବଶ୍ୟକତା ଥିବା ଜିଲାପାଳ ଅବଗତ କରାଇଥିଲେ। କରୋନା ଯୋଦ୍ଧା ଭାବେ ମୃତ୍ୟୁ ବରଣ କରିଥିବା ପୁରୀ ସଦର ବ୍ଲକ ର ଗଡମୃଗଶିରା ପ୍ରାଣୀଧନ ନିରୀକ୍ଷକ ଶ୍ରୀ ବିଶ୍ୱମୋହନ ବେହେରା ଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ର୍ପ୍ରାଥନା କରାଯାଇଥିଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଶ୍ରୀ ସୁବାସ ନାଥଶର୍ମା, ଶ୍ରୀ ବିନୟ କୁମାର ଦାସ, ଉପଜିଲାପାଳ ଶ୍ରୀ ଭବତାରଣ ସାହୁ, ପିଡି ଡିଆରଡିଏ ଶ୍ରୀ ନୀତି ରଞ୍ଜନ ସେନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡିପିଏମ୍ ଶ୍ରୀ ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.