Home ଓଡ଼ିଶା କେନ୍ଦୁଝର: ସାର୍ଟିଫିକେଟରେ ଭୁଲ ତଥ୍ୟ ଯୋଗୁଁ ମେଟ୍ରିକ ପାଶ୍ ପରେ ବି ପାଠ ପଢିବାରୁ ବଂଚିତ...

କେନ୍ଦୁଝର: ସାର୍ଟିଫିକେଟରେ ଭୁଲ ତଥ୍ୟ ଯୋଗୁଁ ମେଟ୍ରିକ ପାଶ୍ ପରେ ବି ପାଠ ପଢିବାରୁ ବଂଚିତ ଆଦିବାସୀ ଛାତ୍ରୀ : ଶିକ୍ଷା ବିଭାଗ ଫେରାଇବ କି ନଷ୍ଟ ହୋଇଥିବା ୩ ବର୍ଷ। ସମସ୍ତେ ଯେ ନୀରବ ଦ୍ରଷ୍ଟା

206

କେନ୍ଦୁଝର, ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଶିକ୍ଷା ବିଭାଗର ତ୍ରୁଟି ଯୋଗୁଁ ଦଣ୍ଡ ଭୋଗୁଛନ୍ତି କେନ୍ଦୁଝର ଜିଲ୍ଲାର ଜଣେ ନିରୀହ ଆଦିବାସୀ ଛାତ୍ରୀ। ମେଟ୍ରିକ ପାଶ୍ ପରେ ଆଗ୍ରହ ଥାଇ ମଧ୍ୟ ଥାଇ ମଧ୍ୟ ଉଚ୍ଚ ଶିକ୍ଷାରୁ ବଂଚିତ ହୋଇ ପାଠ ପଢାରେ ଡୋରି ବାନ୍ଧି ବସି ରହିବାକୁ ବାଧ୍ୟ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଏକ ଅଖ୍ୟାତ ପଲ୍ଲୀ ଅଂଚଳର ନିରୀହ ଆଦିବାସୀ ଛାତ୍ରୀ। କିନ୍ତୁ ଏଭଳି ଏକ ଗୁରୁତର ତଥା ସମ୍ବେଦନଶୀଳ ଘଟଣା ର ତୁରନ୍ତ ସମାଧାନ କରି ଆଦିବାସୀ ଛାତ୍ରୀଙ୍କୁ ନ୍ୟାୟ ଦେବା ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କେହି ହେଳେ ବି ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଯେଉଁଥି ପାଇିଁ ଆଗ୍ରହ ଥାଇ ମଧ୍ୟ ଦୀର୍ଘ ୩ ବର୍ଷ ହେବ ପାଠ ପଢାରୁ ବଂଚିତ ହୋଇଛି ଏହି ଗରୀବ ଆଦିବାସୀ ଛାତ୍ରୀ ଜଣକ। ଯେଉଁଥିରୁ ସରକାରଙ୍କ ଆଦିବାସୀ ପ୍ରୀତି ତଥା ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଦିଗରେ ଆଗ୍ରହର ଅସଲ ମୁଖା ଖୋଲି ଯାଇଥିବା ମତ ପ୍ରକାଶ ପାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଳକର ଖୁଟାଂପଡା ପଂଚାୟତ ଅନ୍ତର୍ଗତ ମଧୁସୁଦନପୁର ଗ୍ରାମରେ। ଏହି ଗ୍ରାମର ରାଇବରୀ ମୁଣ୍ଡା। ରାଇବରୀଙ୍କ ସ୍ୱୀମୀ, ଆରପାରିକୁ ଚାଲିଗଲା ପରେ ଏବେ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। ପିରବାରର ଗରୀବିର ବୋଝକୁ ନିଜ କାନ୍ଧରେ ବୋହି ଚାଲିଥିବା ରାଇବରୀ, ପିଲା ମାନଙ୍କ ଉପରେ କେବେ ବି ସେହି ଗରିବିର ଛାଇ ପଡିବାକୁ ଦେଇ ନାହାଁନ୍ତି। ଜଙ୍ଗଲରୁ କାଠ ସଂଗ୍ରହ କରିବା ସହ ତାକୁ ବିକ୍ରି କରି ୪ ଜଣ ପୁଅ ଝିଅଙ୍କୁ ବୁ କଷ୍ଟରେ ପାଳି ପୋଷି ବଡ କରିବା ସହ ପାଠ ମଧ୍ୟ ପଢାଉଛନ୍ତି। ରାଇବରୀଙ୍କ ବଡ ଝିଅ ପଦ୍ମିନୀ ମୁଣ୍ଡା ତେଲକୋଇ ହାଇସ୍କୁଲରେ ପଢୁଥିବା ସହ ୨୦୧୭ ବର୍ଷରେ ମେଟ୍ରିକ ପାଶ୍ କରିଥିଲେ। କିନ୍ତୁ ମେଟ୍ରିକ ପାଶ୍ ପରେ ମଧ୍ୟ ଅଦ୍ୟବଧି ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଉ ନାହାଁ। ଫଳରେ ଗତ ୩ ବର୍ଷ ହେବ ମେଟ୍ରିକ ସାର୍ଟିଫିକେଟକୁ ଅପେକ୍ଷା କରିି ବସିଥିବା ପଦ୍ମିନୀଙ୍କ ଉଚ୍ଚ ଶିକ୍ଷା ପାଇବା ଆଶା ଏବେ ଧିରେ ଧିରେ ମଉଳିବାରେ ଲାଗିଛି। ଉଚ୍ଚଶିକ୍ଷା ଆଶା ଧୀରେ ଧୀରେ କ୍ଷୀଣ ହୋଇ ଯାଉଥିବା ଯୋଗୁଁ ସାର୍ଟିପିକେଟ ପାଇିଁ ପଦ୍ମିନୀ ବାରମ୍ବାର ସ୍କୁଲକୁ ଦୌଡୁଛନ୍ତି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସାର୍ଟଫିକେଟରେ ତୃଟି ଥିବା ଯୋଗୁଁ ଦେଉ ନାହାଁନ୍ତି। ଏବଂ ସଂଶୋଧନ ହୋଇ ଆସିଲେ ଦେବେ ବୋଲି କହି ସବୁଥର ଫେରାଇ ଦେଇ ନିଜର କର୍ତବ୍ୟ ସାରି ଦେଉଛନ୍ତି। କିନ୍ତୁ ସେ କିପରି ଶିଘ୍ର ତାର ସଂଶୋଧିତ ସାର୍ଟିପିକେଟ ଶିଘ୍ର ପାଇବ ସେଦିଗରେ ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟ ଉଦ୍ୟମ କରୁଥିବା ଭଳି ଜଣା ପଡୁନାହିଁ। ଫଳରେ ଏପଟେ ପଦ୍ମିନୀ ସାର୍ଟିପିକେଟ କୁ ଅପେକ୍ଷା କରି କରି ୩ ବର୍ଷ ହେବ ପାଠ ପଢି ନପାରି ବସି ରହିବାକୁ ବାଧ୍ୟ ହୋଇଛନ୍ତି। ପଦ୍ମିନୀର ଦୁଖଃ ବୁଝିବାକୁ ନା ସ୍କୁଲ କର୍ତ୍ତୃପକ୍ଷ ନା ଜିଲ୍ଲା ପ୍ରଶାସନ ନା ସରକାର କେହି ହେଲେ ବି ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଯାହା କି ଆଦିବାସୀ ବର୍ଗ ଛାତ୍ର ଛାତ୍ରୀଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ମନୋଭାବର ବାସ୍ତବ ଚିତ୍ର କୁ ଏକ ପ୍ରକାର ସ୍ପଷ୍ଟ କରିଥିବା କୁହାଯାଉଛି। ଏହି ଘଟଣା ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଅପାରଗତା ପଦାରେ ପକାଇଦେଇଛି। ଦେଖା ଯାଉ ଉଚ୍ଚ ଶିକ୍ଷା ପାଇିଂ ପଦ୍ମିନୀ ଓ ତାଙ୍କ ପରିବାର ରହିଥିବା ସେହି ସ୍ୱପ୍ନ କେବେ ବାସ୍ତବ ରୂପ ନେବ ଏବଂ ପଦ୍ମିନୀଙ୍କୁ ନ୍ୟାୟ ମିଳିବ ତାହା ଯଦିଓ ଦେଖିବାକୁ ବାକି ରହିଛି କିନ୍ତୁ ଯାହା ପାଇିଁ ପଦ୍ମିନୀଙ୍କୁ ତାଙ୍କର ଅଯଥାରେ ନଷ୍ଟ ଯାଇଥିବା ୩ ବର୍ଷ କୁ ଶିକ୍ଷା ବିଭାଗ ଫେରାଇ ଦେବେ ତ। ଗୋଟିଏ ଗରିବ ନିରୀହ ଆଦିବାସୀ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିବା କଣ ଛାତ୍ରୀ ପଦ୍ମନୀ ର ଦୋଷ। ଯେହେତୁ ନ୍ୟାୟ ପାଇବା ପାଇିଂ ଲଢେଇ କରିବାର ସାମର୍ଥ୍ୟ ତାଙ୍କର ନାହିଁ ସେଥିପାଇିଁ କଣ ଶିକ୍ଷା ବିଭାଗ ତୃଟି ପାଇିଂ ତାକୁ ଦଣ୍ଡ ଭୋଗିବାକୁ ପଡିବ। ଏହା କେଉଁ ନ୍ୟାୟ। କିଏ ଦେବ ଏହାର ଉତର। ତାହା ଏବେ ବଡ ପ୍ରଶ୍ନ। ଏହି ପରିସ୍ଥିତିରେ ରାଜ୍ୟ ସରକାର ପଦ୍ମନୀକୁ ନ୍ୟାୟ ଦେଇ ନିଜର ଆଦିବାସୀ ପ୍ରୀତି କୁ ପ୍ରମାଣ କରିବାର ଆବଶ୍ୟକ ରହିଛି। ଦୀର୍ଘ ୩ ବର୍ଷ ମଧ୍ୟରେ ଏକ ଭୁଲ ସାର୍ଟଫିକେଟକୁ ସଂଶୋଧନ କରି ନପାରିବା ଶିକ୍ଷା ବିଭାଗର ଦାୟିତ୍ୱହୀନତାକୁ ସ୍ପଷ୍ଟ ପ୍ରମାଣ କରୁଥିବା କାରଣରୁ ଏହି ଘଟଣାରେ ଦୋଷୀ ଅଧିକାରୀ କିମ୍ବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଛାତ୍ରୀ ପଦ୍ମନୀଙ୍କୁ କ୍ଷତି ପୁରଣ ଦେବାକୁ ଏବେ ଦାବି ଉଠିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.