Home ଜିଲ୍ଲା ପରିକ୍ରମା କେନ୍ଦୁଆପଦା କଲେଜ ଅଧ୍ୟକ୍ଷଙ୍କୁ ଅବସର ସମ୍ବର୍ଦ୍ଧନା, ପ୍ରଫୁଲ୍ଲ ଭଲ ମଣିଷ ଥିବା ବେଳେ କଲେଜ ତାଙ୍କ...

କେନ୍ଦୁଆପଦା କଲେଜ ଅଧ୍ୟକ୍ଷଙ୍କୁ ଅବସର ସମ୍ବର୍ଦ୍ଧନା, ପ୍ରଫୁଲ୍ଲ ଭଲ ମଣିଷ ଥିବା ବେଳେ କଲେଜ ତାଙ୍କ ପ୍ରାଣ ଥିଲା

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ସ୍ମାରକୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ କୁମାର ବାରିକଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ନିଖିଳ ଓଡିଶା ୬୬୨ +୨, +୩ ଅଧ୍ୟାପକ କର୍ମଚାରୀ ସଂଘ ରାଜ୍ୟ ସଭାପତି ଗୋଲକ ନାୟକ ତାଙ୍କ ବକ୍ତବ୍ୟରେ ଓଡିଶା ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥୁବା ବେଳେ ମହାନ ଜନନାୟକ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମରେ ଗଠିତ ବିଦ୍ୟାଳୟର ନାମ ଉଜ୍ଜ୍ୱଳ ପାଇଁ ଛାତ୍ରଛାତ୍ରୀଙ୍କୁ ସୁ ପରାମର୍ଶ ଦେଇଥିବା ବେଳେ ବିଦାୟୀ ଅଧ୍ୟକ୍ଷ ପ୍ରଫୁଲ୍ଲ ସାର ମଣିଷ ଭଳି ମଣିଷ ଥିବା ବେଳେ କଲେଜ ତାଙ୍କର ପ୍ରାଣ ଥିଲା ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ସରକାର ଅବସର ନେଉଥୁବା ଅଧ୍ୟାପକ ଅଧ୍ୟାପିକାଙ୍କୁ ତୁରନ୍ତ ଅବସରକାଳୀନ ସରକାରୀ ସହାୟତା ଯୋଗାଇ ନଦେବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଧାମନଗର କଲେଜର ଅଧ୍ୟକ୍ଷ ଅଜୟ କୁମାର ବେଜ କହିଲେ, ପାଠପଢି ବଡମଣିଷ ହୋଇ ଭଲ ମଣିଷ ପଣିଆକୁ ଭବିଷ୍ୟତରେ ଆପଣେଇ ନେବାକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । କେନ୍ଦୁଆପଦା ସରପଂଚ ଇଂ.ପ୍ରମୋଦ କୁମାର ଜେନା ପ୍ରଫୁଲ୍ଲ ସାର ମାନବିକତା ସମ୍ପର୍ଣ୍ଣ ବ୍ୟକ୍ତି ଥିବା ବେଳେ ତାଙ୍କ ପାଖରେ ଛନ୍ଦ କପଟ ନଥିବା ବେଳେ ବହୁ ଗୁଣର ଅଧିକାରୀ ଥିଲେ ବୋଲି କହିଥିଲେ । ଅବସରପ୍ରାପ୍ତ ଅଧ୍ୟାପିକା ଡ.ଅଞ୍ଜଳୀ ଖୁଂଟିଆ ପ୍ରଫୁଲ୍ଲ ସାର ଙ୍କ ଅବସର ସମୟ ସୁଖ,ଶାନ୍ତିରେ କଟୁ ବୋଲି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୬୬୨ ସଂଘ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ନାୟକ,ବାରିକପୁର +୩ କଲେଜ ଅଧ୍ୟାପକ ଗୌରାଙ୍ଗ ଚରଣ ନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉତ୍ତମ ନାଗରିକ ମାନଙ୍କୁ ନେଇ ରାଷ୍ଟ୍ର ପରିଚିତ ହୋଇଥାଏ ,ଠିକ୍ ସେହିପରି ଅଖଣ୍ଡ ଭାରତ ଶ୍ରେଷ୍ଠ ଭାରତ ପାଇଁ କଠିନ ପରିଶ୍ରମ କରି ଛାତ୍ରଛାତ୍ରୀ ମାନେ କର୍ତବ୍ୟ ପଥରେ ଆଗେଇ ଯିବା ଉଚିତ୍ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମାଧ୍ୟମିକ ବିଦ୍ୟାଳୟ, ପୁରାତନ ଓ ବର୍ତମାନର ଛାତ୍ର,ଛାତ୍ରୀ ସର୍ବୋପରି କେନ୍ଦୁଆପଦା ପଞ୍ଚାୟତ ପକ୍ଷରୁ ଅବସର ପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାନପତ୍ର,ଉତ୍ତରୀୟ, ଉପକରଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ କ୍ରୀଡା ଶିକ୍ଷକ ଶ୍ରୀନିବାସ ଲେଙ୍କା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ,ଶେଷରେ ସହ-ଗ୍ରନ୍ଥାଗାରିକ ହେମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ, ଅଧ୍ୟାପିକା ଅଭିଲିପ୍ସା ସାମଲ, ଲକ୍ଷ୍ମୀପ୍ରିୟା ଘଡେଇ, ରାଜଶ୍ରୀ ବେହେରା, ତପନ ଜେନା, ପୁରସ୍ତମ ପାତ୍ର,ଜିତେନ୍ଦ୍ର ଭାରତୀ, କର୍ମଚାରୀ ପ୍ରଣବ କିଶୋର ରାଉତ, ଶରତଚନ୍ଦ୍ର ପ୍ରଧାନ,ବିଦ୍ୟାଧର ରାଉତ୍‌,ରମାମଣୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.