Home ଜିଲ୍ଲା ପରିକ୍ରମା କେନାଲ ରାସ୍ତାରେ ଯାତାୟାତ ସମସ୍ୟା

କେନାଲ ରାସ୍ତାରେ ଯାତାୟାତ ସମସ୍ୟା

11

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରୁ ପୂର୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବଡ କୋଳିପଦୀ ମାଇନର କେନାଲ ରାସ୍ତା ଅବସ୍ଥା ବେହାଲ ହୋଇଗଲାଣି। ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ତିନି ଶହ ମିଟର ରାସ୍ତା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କେନାଲ ବନ୍ଧ ରାସ୍ତା ଦେଇ ଆଠ ଦଶ ଖଣ୍ଡି ପଂଚାୟତର ଲୋକେ ଦୈନିକ ଭଣ୍ଡାରିପୋଖରୀକୁ ଯାତାୟାତ କରିଥାନ୍ତି। ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରାସ୍ତାଟି ରହିଥି୍ୱା ବେଳେ ଅନେକ ଥର ଆପତି ଅଭିଯୋଗ ପରେ ଗତବର୍ଷ ବିଭାଗ ପକ୍ଷରୁ ଏହା ଉପରେ କିଛି ମୋରମ ଓ ମେଂଟାଲ ବିଛା ଯାଇଥିଲା। ଏବେ କିଛି ମାସ ହେବ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ଯାଇଛି।ମେଗା ପାନୀୟ ଜଳ ପ୍ରକଳ୍ପ ପକ୍ଷରୁ ପୂର୍ତ ରାସ୍ତାକୁ ଲାଗି କେନାଲ ମୁଣ୍ଡକୁ ଖୋଳା ଯାଇ ପାଇପ ଲାଇନ ବିଛା ଯାଇଛି।ପାଇପ ଲାଇନ ସଂଯୋଗ ସଠିକ୍ ହୋଇନଥିବା ବେଳେ ଅନବରତ ପାଣି ନିଷ୍କାସନ ହୋଇ କେନାଲ ରାସ୍ତାଟିକୁ ବୁଡ଼େଇ ଦେଉଛି।ଫଳରେ ପ୍ରବେଶ ପଥଟି ସଦାସର୍ବଦା ପାଣି କାଦୁଅରେ ଭରି ରହୁଛି।ଏହା ସାଙ୍ଗକୁ ବର୍ଷା ହେଲେ ଅବସ୍ଥା ଆହୁରି ଶୋଚନୀୟ ହେଉଛି। ଯେଉଁଥିପାଇଁ ସାଇକେଲ ଓ ମୋଟର ସାଇକେଲ ଯୋଗେ ଯାତାୟାତ କରୁଥିବା ଲୋକମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଛଡା ଉକ୍ତ ସ୍ଥାନ ଠାରୁ ମାତ୍ର କୋଡ଼ିଏ ମିଟର ଦୂରରେ କେନାଲ ଖୋଳା ଯାଇ ପାଇପ ମଧ୍ୟ ପକା ଯାଇଛି। ପାଇପ ବିଛାଣ ପରବର୍ତୀ ସମୟରେ ମାଟି,ମୋରମ କିମ୍ବା ମେଂଟାଲ ଦ୍ୱାରା ଉକ୍ତ ସ୍ଥାନଟିକୁ ମଧ୍ୟ ସଠିକ ଭାବେ ମରାମତି କରାଯାଇନାହିଁ। ଫଳରେ ଏଠି ଗର୍ତ ସୃଷ୍ଟି ହୋଇ ବର୍ଷା ହେଲେ ପାଣି ଜମି ଯି୍ୱାରୁ ଲୋକ ମାନେ ଗମନାଗମନ କରିପାରୁ ନାହାଁନ୍ତି। ଏପରିକି ବାଇକ ଆରୋହୀ ମାନେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି। ଏହି ରାସ୍ତାଟିକୁ ପିଚ କିମ୍ବା କଂକ୍ରିଟ ନିର୍ମାଣ ପାଇଁ ଦାବି ହୋଇଥିଲେ ମଧ୍ୟ ବିଭାଗ ଏହା ଉପରେ ଦୃଷ୍ଟି ଦେଉନାହିଁ। ଏପଟେ ଯେତେକ ମରାମତି ହୋଇଥିଲା ତାକୁ ମଧ୍ୟ ନଷ୍ଟ କରା ଯାଉଛ। ବିଭାଗର ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରୁନଥିବା ହେତୁ ଏହି ପଥଟି ଦିନକୁ ଦିନ ଜରାଜୀର୍ଣ୍ଣ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହା ଉପରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.