Home ଜିଲ୍ଲା ପରିକ୍ରମା କୃଷ୍ଣଚରଣ ବିଦ୍ୟାମନ୍ଦିର : ଛାତ୍ରରୁ ପ୍ରଧାନ ଶିକ୍ଷକ ଶରତ

କୃଷ୍ଣଚରଣ ବିଦ୍ୟାମନ୍ଦିର : ଛାତ୍ରରୁ ପ୍ରଧାନ ଶିକ୍ଷକ ଶରତ

167

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିରରେ ଏକଦା ଥିବା ଛାତ୍ର ଶରତ ଜେନା ଆଜି ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଛନ୍ତି । ଡ. ମହତାବଙ୍କ ହାତଗଢା ଏହି ପୁରାତନ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଛାତ୍ର ଶରତ ସର୍ବକନିଷ୍ଠ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେବା ପରେ ତାଙ୍କୁ ବିଭିନ୍ନ ମହଲ ପକ୍ଷରୁ ସ୍ୱାଗତ କରାଯାଇଛି । ଶିକ୍ଷାନୁଷ୍ଠାନ, ଛାତ୍ରଙ୍କ ଅଧ୍ୟୟନ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରାଧାନ୍ୟ ଦେବେ ବୋଲି ଶରତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ମନ୍ତ୍ରଣାଳୟ, ଭୁବନେଶ୍ୱର ଚିଠି ନଂ ୧୬୩୧/୧୩.୦୯.୨୦ ରିଖ ଓ ଜିଲା ଶିକ୍ଷାଧିକାରୀଙ୍କ ଚିଠି ନଂ ୧୯୦୭୦/୧୧.୦୯.୨୦ ରିଖରେ ଏହି ନିର୍ଦ୍ଦେଶ ଆସିଥିବାର ଜଣାପଡିଛି । ଶରତ ମଧ୍ୟ ଏହି ଶିକ୍ଷାନୁଷ୍ଠାନରେ ଗତ ୦୯.୦୭.୧୮ ରିଖରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିଲେ । ଏଥିସହିତ ସେ ଏନସିସି ଅଫିସର ମଧ୍ୟ ଅଛନ୍ତି । ଗତ ୧୯୯୬ ମସିହାରେ ଏହି ହାଇସ୍କୁଲରୁ ମାଟ୍ରିକ୍ ପରୀକ୍ଷା ଦେଇ ସେ କୃତକାର୍ଯ୍ୟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.