Home ଜିଲ୍ଲା ପରିକ୍ରମା କୃଷିନୀତି ଆଇନ ପ୍ରତ୍ୟାହାର ଦାବୀରେ ବନ୍ତ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

କୃଷିନୀତି ଆଇନ ପ୍ରତ୍ୟାହାର ଦାବୀରେ ବନ୍ତ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

38

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରରେ ବିଜେପି ସରକାରର କୃଷକ ମାରଣ ନୀତି କୃଷକ ଓ ମଜୁଦୁରଙ୍କୁ ନ୍ୟାର୍ଯ୍ୟଦାବୀରେ ଆଜି ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଗଣଧାରଣା ଓ ପ୍ରତିବାଦସଭା ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ଶତାଧିକ କର୍ମୀ ଭଣ୍ଡାରିପୋଖରୀ ବିଧାନ ସଭାର ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ହାତରେ ଦଳୀୟପତାକା, ବ୍ୟାନେର ଧରି କେନ୍ଦୁଆପଦା ଛକଠାରୁ ଶୋଭାଯାତ୍ରାରେ ବାହାରି ଥିଲେ । ବଜାର ପରିକ୍ରମା କରିବା ପରେ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦସଭାକୁ ବ୍ଲକ କଂଗ୍ରେସ ସଭାପତିି ରାଜକିଶୋର ସ୍ୱାଇଁ ପୌରହିତ୍ୟ କରିଥିଲେ । ଏଥିରେ ଜିଲ୍ଲା ସଭାପତି ଅଶୋକ ଦାସ, ବିଧାନସଭା ନେତା ତଥା ପିସିସି ସଭ୍ୟ ସୁବ୍ରତ ଦାସ, ପୂର୍ବତନ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ୧୬ନଂ ଜୋନ ସଭାପତି ନିରଞ୍ଜନ ମଲ୍ଲିକ, ୧୫ନଂ ଜୋନ ସଭାପତି ଅନନ୍ତ ଦାସ, ଜିଲ୍ଲା କୃଷକସେଲ ସଭାପତି ନରନାରାୟଣ ଜେନା, ଯୁବନେତା ଜ୍ୟୋତିରଞ୍ଜନ ନାୟକ, ରାଜକିଶୋର ପଣ୍ଡା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ପ୍ରଦିପ ନାୟକ, ମାଳିରାମ ବେହୁରିଆ, ସେକ ଅମିନ ବାବୁ, ସମିତି ସଭ୍ୟ ପ୍ରଦ୍ୟୁମ୍ନ ଦାସ, ପ୍ରିୟବ୍ରତ ଜେନା, ଛାୟାକାନ୍ତ ନନ୍ଦ, ଅଶୋକ ସାହୁ ସୁରେନ୍ଦ୍ର ପହି, ମନୋରଞ୍ଜନ ମହାପାତ୍ର, ଶରତ ସେଠୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ୨୦୨୦ କୃଷିବିଲକୁ ବିରୋଧ କରିବା ସହିତ ଏହା କୃଷକ ସ୍ୱାର୍ଥ ବିରୋଧୀ ଓ ପୁଞ୍ଜିପତି କର୍ପୋରଟଙ୍କ ସ୍ୱାର୍ଥ ନିମନ୍ତେ ଉଦ୍ଦିଷ୍ଟ ବୋଲି ମତ ରଖିଥିଲେ । କୃଷକମାନେ ଏହି ବିଲକୁ ବିରୋଧ କରିବାରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ଚାପିଦେବା ନିମନ୍ତେ ଲାଠି ଓ ଦଣ୍ଡାରାଜ କେନ୍ଦ୍ର ସରକାର ଚଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ବିଶେଷ ଭାବେ ଚାଷୀ ଉତ୍ପାଦର ବାଣିଜ୍ୟ କାରବାର ଆଇନ୍‌, କୃଷକ ଦର ପ୍ରତିଶ୍ରୁତି ରାଜିନାମା ଓ କୃଷି ସେବା ଆଇନ୍‌, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ୍ ପ୍ରତ୍ୟାହାର ଦାବୀରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ବନ୍ତ ବିଡ଼ିଓ ରେବେକା ବିଲୁଙ୍ଗକୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.