ad
ଓଡ଼ିଶା

କୁହୁଡ଼ିରେ ଦେଖାନଯିବାରୁ ଟ୍ରକ ପଛରେ ଧକ୍କା ଦେଲା ବୋଲେର, ୨ ମୃତ

କେନ୍ଦୁଝର,ତା ୪ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ଗ୍ରାମ ନିକରେ ଭାରସାମ୍ୟ ହରାଇ ଠିଆ ହୋଇଥିବା ଟ୍ରକ ପଛରେ ଧକ୍କା ଦେଲା ବୋଲେର, ୨ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ଖବର ଅନୁଯାୟୀ ଆଜି ଭୋର ସକାଳ ସମୟରେ କୁହୁଡ଼ି ହୋଇଥିବା କାରଣରୁ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଟିକୁ ବୋଲେର ଚାଳକ ଦେଖିନପାରି ତାପଛରେ ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବଲାଣୀ ଅଞ୍ଚଳର ବଳଭଦ୍ର ମହାକୁଡ ଓ ତାଙ୍କ ପତ୍ନୀ ବିଣାଦେବୀ ମହାକୁଡ ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top