Home ଜିଲ୍ଲା ପରିକ୍ରମା କୁଷ୍ଠ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

କୁଷ୍ଠ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

6

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୮ ରୁ ୩୦ ନଭେମ୍ବର ୨୦୨୪ ମଧ୍ୟରେ ହେବାକୁ ଯାଉଥିବା କୃଷ୍ଣ ଚିହ୍ନଟ ଅଭିଯାନ ଉପଲକ୍ଷେ ଭଦ୍ରକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭା ଗୃହରେ ଆୟୋଜିତ ଏହି ବୈଠକରେ ଅଭିଯାନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଗତ ୨୦୨୩-୨୪ ବର୍ଷରେ ୧୫୮ ଜଣ ନୂତନ କେଶ୍ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ୨୦୨୪-୨୫ ବର୍ଷ ପାଇଁ ସେପ୍ଟେମ୍ବର ୨୪ ସୁଦ୍ଧା ୬୬ ଟି କେଶ୍ ଚିହ୍ନ୍‌ଟ ହୋଇଛି। କୁଷ୍ଠ କେଶ୍ ଚିହ୍ନଟ ଅଭିଯାନରେ ୨୦୨୪-୨୫ ପାଇଁ ଜାତୀୟ ନୀତି ଯୋଜନା ଅନୁଯାୟୀ ଓଡ଼ିଶା ରାଜ୍ୟର ସ୍ଥାନିୟ ଅଞ୍ଚଳ ମଧ୍ୟରେ ପରିବୃଷ୍ଟ ପ୍ରବଣ ୨୬ଟିର ୧୭୬ ବ୍ଲକ୍ ମଧ୍ୟରୁ ଭଦ୍ରକର ୩ଟି ବ୍ଲକ୍ ଭଣ୍ଡାରୀପୋଖରୀ, ତିହିଡ଼ି, ଭଦ୍ରକ ଏହି ଅଭିଯାନରେ ସାମିଲ କରାଯାଇଛି। ଏହି ଅଭିଯାନରେ ସର୍ଭେ ଦ୍ୱାରା ଚିହ୍ନଟ କେଶ୍ ର ୧୦୦% ମେଡ଼ିକାଲ ଅଫିସରଙ୍କ ଦ୍ୱାରା ୩ ଦିନ ମଧ୍ୟରେ ପରୀକ୍ଷା କରାଯିବ। ୫ ଡିସେମ୍ବର ୨୦୨୪ ସୁଦ୍ଧା ପରୀକ୍ଷା ଶେଷ ହେବ ଏବଂ ୧୩ ଡିସେମ୍ବର ୨୦୨୪ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ। ୩ଟି ବ୍ଲକ୍‌ର ୫୯୩ ଗାଁର ୫,୯୩,୧୦୪ ଲୋକ ସଂଖ୍ୟାକୁ ନେଇ ୨୦ ଟି ପି.ଏଚ୍‌.ସି ୬୭ ଟି ସବ୍‌ସେଣ୍ଟର ଅନ୍ତର୍ଗତ ଅଞ୍ଚଳରେ ୪୩ ଜଣ ମେଡ଼ିକାଲ ଅଧିକାରୀ, ୫୮୯ ଆଶା, ୯୯ ଜଣ ହେଲଥ୍ ୱାର୍କର, ୩୦ଜଣ ହେଲଥ୍ ସୁପର ଭାଇଜର ଏବଂ ୪ଟି ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ଜରିଆରେ ଏହି ଅଭିଯାନରେ କୃଷ୍ଠ ଚିହ୍ନଟ କାର୍ଯ୍ୟକ୍ରମ ସମ୍ପାଦନ କରାଯିବ। ଏଥିପାଇଁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ନେଇ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ସର୍ଭେରେ ସଂପୃକ୍ତ ହେବାକୁ ଥିବା ସମସ୍ତ କର୍ମଚାରୀ, ଅଧିକାରୀମାନଙ୍କ ଭୂମିକା ଓ କର୍ତବ୍ୟ ସମ୍ବନ୍ଧରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରକାଶ ଥାଉକି କେନ୍ଦ୍ରୀୟ କୁଷ୍ଠ ଡିଭିଜନ୍ ଦ୍ୱାରା ପ୍ରଣୀତ ଜାତୀୟ ନୀତି ଯୋଜନା ୨୦୨୩-୨୭ ଅନୁଯାୟୀ ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଠନ ଆଭିମୁଖ୍ୟ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଡା. ଜୟନ୍ତ ପଣ୍ଡା ଅଭିଯାନ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକାରୀତା ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ। ଡି.ପି.ଏମ୍‌. ସରିତା ମହାପାତ୍ରଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.