ad
ଓଡ଼ିଶା

କୁମ୍ଭାର ଗାଁ ରେ ପାରମ୍ପରିକ ଗ୍ରାମ ଯାତ୍ରାକୁ ପ୍ରଶାସନ ବନ୍ଦ କରିବାରୁ ଗ୍ରାମବାସୀ ଙ୍କ ଭୋଟ ବର୍ଜନ ନିଷ୍ପତ୍ତି

କୋଦଳା :୧୭/୦୪/୨୦୧୯ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଆସନ୍ତା କାଲି ହେଉଛି ସାଧାରଣ ନିର୍ବାଚନର ୨ ୟ ପର୍ଯ୍ୟାୟ। ତେବେ ଠିକ୍ ଦିନକ ପୂର୍ବରୁ ଅର୍ଥାତ୍ ଗତ ସଂଧ୍ୟାରେ ବେଗୁନିଆପଡ଼ା ବ୍ଳକର କୁମ୍ଭାର ଗାଁ ରେ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଘଟଣାରୁ ପ୍ରକାଶ ଯେ, ଗ୍ରାମର ପାରମ୍ପରିକ ବାର୍ଷିକ ଠାକୁରାଣୀ ଯାତ୍ରା ପ୍ରତିବର୍ଷ ଚୈତ୍ର ମାସର ଶେଷ ମଂଗଳବାର ଦିନ ହୋଇଥାଏ। ଏବଂ ଏହା ସେମାନଙ୍କର ପାରମ୍ପରିକ ବିଧି ରହିଛି। ତେବେ ମଂଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ବୁଧବାର ଥିଲା ରାମାୟଣ ନାଟକ ପରିବେଷଣ ଏବଂ ଗୁରୁବାର ସକାଳ ୬ ଟା ରେ ଏହି ଯାତ୍ରା ବନ୍ଦ ହେବାର ଥିଲା। ଏନେଇ ପୂର୍ବରୁ ବେଗୁନିଆପଡ଼ା ଫାଣ୍ଡିରୁ ମଧ୍ୟ ଅନୁମତି ଅଣାଯାଇଥିଲା। ତେବେ ଗୁରୁବାର ସକାଳ ୬ ଟା ରୁ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କ୍ବାଡ ପହଞ୍ଚି ଯାତ୍ରାକୁ ହଠାତ୍ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଗ୍ରାମବାସୀ ମାନେ ମିଳିତ ବୈଠକ କରି ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣା ପରେ ଗ୍ରାମରେ ଅସନ୍ତୋଷ ଓ ଅପ୍ରିତିକର ପରିସ୍ଥିତି ଜାରି ରହିଛି। ଖବର ଲେଖା ହେବା ବେଳକୁ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମରେ କୌଣସି ନିର୍ବାଚନ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିନଥିବା ଜଣାପଡିଛି। ଘଟଣାକୁ ନେଇ ଅଞ୍ଚଳର ଆଲୋଡନ ସୃଷ୍ଟି ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top