Home ଜିଲ୍ଲା ପରିକ୍ରମା କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ମହିଳା ସାଂଗଠନିକ ବୈଠକ

କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ମହିଳା ସାଂଗଠନିକ ବୈଠକ

114

କୁଚିଣ୍ଡା ୧୧-୯ (ଓଡ଼ିଆ ପୁଅ/ତନୟ ମହାପାତ୍ର) କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମହିଳା ନେତ୍ରୀ ମାନଙ୍କୁ ନେଇ ସାଂଗଠନିକ ବୈଠକ ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ମିନତି ଦେବତା ଯୋଗ ଦେଇଥିଲେ। ଏହି ବୈଠକରେ ମହିଳାମାନଙ୍କର ବିଭିନ୍ନ ଯୋଜନା ଏବଂ ଅଧିକାର ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହିଳା ସଂଗଠନ କିପରି ଭାବରେ ମଜଭୁତ ହେବ ସେ ବିଷୟରେ ଆଲୋଚନା କରିଥିଲେ।ବୈଠକରେ ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ନାୟକ, ବାସନ୍ତୀ ପ୍ରଧାନ, ମିନା ସିଂ, ବାମରା ବ୍ଲକ ବିଜେଡି ସଭାପତି ରାଜକୁମାର ଶୁକ୍ଳା, ବିଜେଡି ଟାଉନ ସଭାପତି ସଞ୍ଜୟ ବେହେରା, ମୋ ପରିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ସଂଯୋଜକ ଅଜିତ ମହାପାତ୍ର, ବିଜୁ ଛାତ୍ର ଜନତା ଦଳର ଆଇଟି କୋଡିନେଟର ଅଭିଲାଶ ଅଗ୍ରୱାଲ,ପଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.