Home ଓଡ଼ିଶା କୀଟ ନାଶକ ପିଇ ଶିଶୁ ମୃତ

କୀଟ ନାଶକ ପିଇ ଶିଶୁ ମୃତ

669

କୋରାପୁଟ;ତା୦୨-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଶବ ବ୍ୟବଚ୍ଛେଦ ନକରାଇ ମୃତଦେହ ନେବାକୁ ବାପା ଜିଦକରି ୨କିଲୋମିଟର ଦୂର କାନେ୍ଧଇ ନେବା ଘଟଣା କୋରାପୁଟରେ ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ। ସୂଚନା ଅନୁଯାୟୀ ଜୟପୁର ସଦର ଥାନା ଫାମ୍ପୁଣି ଗ୍ରାମର ହୃଷିକେଷ ମଣ୍ଡଳଙ୍କର ୯ବର୍ଷର ପୁଅ ସୁମନ ମଣ୍ଡଳ ବୁଧବାର ସଂନ୍ଧ୍ୟାରେ କୌଣସି କାରଣକୁ ନେଇ ଘରେ ଥିବା କୀଟ ନାଶକ ପିଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସୁମନକୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସୁମନର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା ହେଲେ କୋରାପୁଟରେ ପହଂଚିବା ବେଳକୁ ତାର ମୃତ୍ୟୁ ହୋଇ ସାରିଥିବାରୁ ଡାକ୍ତର ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ। ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହ ନେବାକୁ ପରିବାର ଲୋକଙ୍କୁ ଡାକ୍ତର କହିଥିଲେ। କିନ୍ତୁ ସୁମନର ବାପା ହୃଷିକେଶ ଡାକ୍ତରଙ୍କ ପରାମର୍ଶ ନମାନି ବିନା ଶବ ବ୍ୟବଚ୍ଛେଦରେ ପୁଅର ମୃତ ଦେହ ନେବାକୁ ଜିଦକରି ପୁଅର ଶବ କାନ୍ଧରେ ବୋହି ଚାଲିଲେ। ସୁମନର ହାତରେ ଲାଗିଥିବା ଇଂଜେକସନ ଓ ସାଲାଇନ ହୃଷିକେଶ ବାହାର କରିଦେବା ସହ ସୁମନର ମୃତଦେହ ବୋହି ହୃଷିକେଶ ଚାଲି ଚାଲି ଯାଉଥିବାବେଳେ ଏସପି ବାସଭବନ ନିକଟରେ କେହି ସମ୍ପର୍କୀୟ ଏକ ଗାଡି ନେଇ ପହଂଚିଥିଲେ। ଉକ୍ତ ଗାଡିରେ ସୁମନର ମୃତଦେହ ନେଇ ଯିବାକୁ ବାହାରିଥିବାବେଳେ ମେଡିକାଲ୍ କଲେଜ ଫାଣ୍ଡି ପୁଲିସ୍ ସେଠାରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ନେଇ ଆସିଥିଲେ। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.