Home ଜିଲ୍ଲା ପରିକ୍ରମା କିଡ଼ିନୀ ରୋଗାକ୍ରାନ୍ତଙ୍କୁ ସହାୟତାର ହାତ ବଢାଇଲା ହ୍ୟାପିକ୍ଲବ

କିଡ଼ିନୀ ରୋଗାକ୍ରାନ୍ତଙ୍କୁ ସହାୟତାର ହାତ ବଢାଇଲା ହ୍ୟାପିକ୍ଲବ

45

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଗଣ୍ଡଗରା ଗ୍ରାମର ରବିନ୍ଦ୍ର ଜେନାଙ୍କ ସ୍ତ୍ରୀ ଜୟନ୍ତୀ ଯେନା (୩୫) କିଡ଼ିନୀ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେବ ଘରେ ପଡ଼ି ରହିଥିଲେ । ଖବର ପାଇ ହ୍ୟାପିକ୍ଲବର ସଦସ୍ୟମାନେ ଜୟନ୍ତୀଙ୍କୁ ପ୍ରଥମେ ଭଦ୍ରକର ଏକ ଘରୋଇ କ୍ଲିନିକରେ ଦେଖାଇବା ପରେ ଭୁବନେଶ୍ୱରସ୍ଥିତ ଏମସରେ ଭର୍ତ୍ତିକରି ଚିକିତ୍ସା କରାଇବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । କ୍ଲବ ସଦସ୍ୟ ବିକ୍ରମ କେଶରୀ ମଲ୍ଲିକ ଓ ସ୍ୱାମୀ ରବୀନ୍ଦ୍ର ଭୁବନେଶ୍ୱର ଡ଼ାକ୍ତରଖାନାରେ ଥିବାବେଳେ ତାଙ୍କ ନାଁବାଳକ ସନ୍ତାନ ଦ୍ୱୟଙ୍କୁ ଆଜି କ୍ଲବର ସମ୍ପାଦକ ସତ୍ୟବ୍ରତ ଜେନା, କୋଷାଧ୍ୟକ୍ଷ ସୁଶାନ୍ତ ସାହୁ, ବିଭୁତି ଭୂଷଣ ଖଟୁଆ, ଦେବବ୍ରତ ସାମଲ ପ୍ରମୁଖ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ରବିନ୍ଦ୍ରଙ୍କ ପରିବାର ଗରିବ ହୋଇଥିବାରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କ୍ଲବ ତରଫରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.