Home ଓଡ଼ିଶା କିଡନୀ ରୋଗରେ ଆକ୍ରାନ୍ତ ବିଜେଡି ଯୁବନେତା ଙ୍କ ଚିକିତ୍ସାରେ ଅର୍ଥସାଜିଛି ବାଧକ

କିଡନୀ ରୋଗରେ ଆକ୍ରାନ୍ତ ବିଜେଡି ଯୁବନେତା ଙ୍କ ଚିକିତ୍ସାରେ ଅର୍ଥସାଜିଛି ବାଧକ

117

ମାଲକାନଗିରି,୨୭ । ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଜଣେ ଜଣାଶୁଣା ବିଜେଡି ନେତା ବିକ୍ରମଜେନା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ବେଳେ ତାଙ୍କର ଉଚତର ଚିକିତ୍ସା ପାଇଁ ଆର୍ଥସାଜିଛି ବାଧକ । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ୧୧୯ କଲୋନୀରେ ରହୁଥିବା ବିଜେଡି ନେତା ସମାଜସେବୀ ବିକ୍ରମକେଶରୀ ଜେନା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗୁରୁତରଭାବେ ଅସୁସ୍ଥ ହୋଇ ଘରେ ଯାହାଟଙ୍କା ପଇସା ସ୍ତ୍ରୀଙ୍କର ଓ ସୁନାଗହଣା ଥିଲା ସବୁ ବିକ୍ରି କରି ବିଭିନ୍ନ ହସପିଟାଲରେ ଚିକିତ୍ସା ହୋଇ ସବୁ ସରିଗଲା ହେଲେ ସେ ଭଲ ହେବା ବଦଳରେ ଦିନକୁ ଦିନ ତାଙ୍କର ଅବସ୍ଥା ଗୁରୁତର ହେବାକୁ ଯାଉଛି । ତାଙ୍କୁ ଉଚତର ଚିକିତ୍ସା କରିବା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କର ନିକଟରେ କିଛି ଟଙ୍କା ପଇସା ନଥିବାରୁ ସେ େବେ ଏକ ଘରୋଇ ହସପିଟାଲରେ କର୍ମକୁ ଆଦରି ପଡିରହିଛନ୍ତି ।ସେ ଜେଣେ ତୃଣମୂଳ ସ୍ତରର ବିଜେଡି କର୍ମୀ ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡି ଦଳପକ୍ଷରୁ କୌଣସି ସହାୟତା ମିଳିନାହିଁ । ତାଙ୍କର ଚିକିତ୍ସା ପାଇଁ ଏବେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପ୍ରତି ଗୁରୁତ୍ୱଦେଇ ତାଙ୍କ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ତାଙ୍କପରିବାର । ସୁଚନା ଯୋଗ୍ୟ ଯେ ଗତ କିଛି ବର୍ଷ ତଳେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଦାଇତ୍ୱ ସବୁ ବିକ୍ରମ ତୁଲାଉଥିଲେ । ଏବେ ସେ ରୋଗ ଶଯ୍ୟାରେ ପଡିଥିବାରୁ ପରିବାର ଲୋକେ ଅସହାୟ ହୋଇପଡିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.