ad
କେନ୍ଦୁଝର

କିଟନାଶକ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ

ତୁରୁମୁଙ୍ଗା ୨୩-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) – ପାଟଣା ଥାନା ତେଣ୍ଡରା ପଞ୍ଚାୟତ ଭଣ୍ଡାରିବିଲା ଗ୍ରାମର ଜଣେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବେ ସାରା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ଭଣ୍ଡାରିବିଲା ଗ୍ରାମର ଜେଠୁରାମ ମହାନ୍ତଙ୍କ ଝିଅ ନିରୂପମା ମହାନ୍ତ (୨୦) କରଞ୍ଜିଆ ମହିଳା ମହାବିଦ୍ୟାଳୟ ରେ +୩ ର ଛାତ୍ରୀ ଅଟନ୍ତି। ହୋଲି ଦୋଳ ପୂର୍ଣ୍ଣିମା ଛୁଟି ରେ ଘରକୁ ଆସିଥିଲେ। ହେଲେ ଆଜି କୌଣସି କାରଣରୁ ଘରେ କେହି ନଥିବା ସୁଯୋଗ ନେଇ କିଟନାଶକ ଖାଇ ଦେଇଥିଲେ। ଛଟପଟ ଅବସ୍ଥାରେ ପଡିଶା ଘର ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top