Home ଓଡ଼ିଶା କାହା ସ୍ୱାର୍ଥରେ ବିଜେଡ଼ି ?

କାହା ସ୍ୱାର୍ଥରେ ବିଜେଡ଼ି ?

277

ଭୁବନେଶ୍ୱର ୨୧-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ରାଜ୍ୟସଭା ପାଇଁ ଖାଲି ପଡ଼ିଥିବା ତିନୋଟି ଆସନ ପାଇଁ ରାଜ୍ୟରେ ଶାସିତ ବିଜେଡ଼ି ସରକାର ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ତିନୋଟି ଆସନକୁ ଶାସକ ବିଜେଡ଼ି କରାୟତ କରିବ ଏଥିରେ କୌଣସି ସନ୍ଦେହ ନାହିଁ। ମାତ୍ର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିବା ତିନୋଟି ରାଜ୍ୟ ସଭା ପ୍ରାର୍ଥୀଙ୍କ ମଧ୍ୟରୁ ଅଶ୍ୱିନୀ ବୈଷ୍ଣବଙ୍କ ନାମକୁ ନେଇକରି ଓଡ଼ିଶା ବାସୀ ଏବେ ଦ୍ୱନ୍ଦ୍ୱରେ। ଖୋଦ ନବୀନ ବାବୁ ଗଣ ମାଧ୍ୟମ ସମ୍ମୁଖରେ ପରିପ୍ରକାଶ କଲେଯେ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେଡ଼ିର ରାଜ୍ୟ ସଭାପ୍ରାର୍ଥୀ। ତିନୋଟି ଆସନ ପାଇଁ ବିଜେଡ଼ି ଦଳ ତରଫରୁ ଆଶାୟୀଙ୍କ ସଂଖ୍ୟାଥିଲା ମାତ୍ରାଧିକ। ସସ୍ମିତ ପାତ୍ରଙ୍କର ପ୍ରାର୍ଥୀତ୍ୱକୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ହିସାବରେ ରାଜ୍ୟବାସୀ ଗ୍ରହଣ କରୁଛନ୍ତି। ଅମର ପଟ୍ଟନାୟକଙ୍କର ପ୍ରାର୍ଥୀତ୍ୱକୁ ମଧ୍ୟ ଗ୍ରହଣ କରିବା ପାଇଁ କେତେକାଂଶରେ ଓଡ଼ିଶା ବାସୀ ଗ୍ରହଣ କରୁଛନ୍ତି। କାରଣ ସିଏ ଚାକିରିରୁ ଅବସର ନେଇ ନବୀନ ବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିଜୁ ଜନତା ଦଳର ଆଟି ସେଲ୍ ର ମୁଖ୍ୟ ଭାବରେ ଦାୟୀତ୍ତ୍ୱ ଗ୍ରହଣ କରି ବିଜୁ ଜନତା ଦଳକୁ ରାଜ୍ୟରେ କ୍ଷମତାସୀନ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ମାତ୍ର ରାଜ୍ୟବାସୀଙ୍କର ପ୍ରଶ୍ନ ଏ ଅଶ୍ୱିନୀ ବୈଷ୍ଣବ କିଏ? ଅନେକ ଓଡ଼ିଶା ବାସୀ ପ୍ରଶ୍ନ ଉଠାଇଛନ୍ତି ନାମରୁ ଜଣା ପଡ଼ୁଛିଯେ, ସେ ଓଡ଼ିଆ ଲୋକ ନୁହଁନ୍ତି। ତେଣୁ ବିଜେଡ଼ି ସରକାର କେଉଁ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଶ୍ୱିନୀ ବୈଷ୍ଣବ ନାମକ ବ୍ୟକ୍ତିତ୍ୱଙ୍କୁ ରାଜ୍ୟ ସଭା ପଠାଇଲା ତାହା ଏକ ବିରାଟ ପ୍ରଶ୍ନବାଚୀ। ଅଶ୍ୱିନୀ ବୈଷ୍ଣବଙ୍କ ସାମାଜିକ କାର୍ଯ‌୍ୟକଳାପକୁ ଅନୁଧ୍ୟାନ କଲାପରେ ଜଣା ପଡ଼ିଲାଯେ, ଏହି ବ୍ୟକ୍ତି ଜଣକ ସେପରି କୌଣସି ବ୍ୟକ୍ତି ବିଶେଷର ଅଧିକାରୀ ନୁହଁନ୍ତି ଯାହାକୁ ରାଜ୍ୟସଭା ପଠାଇବାର ଆବଶ୍ୟକତା ଥିଲା। ଦଳୀୟ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ବିଜେଡ଼ି ସୁପ୍ରିମୋ କାହିଁକି ଏ ନାମ ଘୋଷଣା କଲେ ତାହାକୁ ନେଇ ରାଜ୍ୟବାସୀ ଦ୍ୱନ୍ଦ୍ୱରେ। ଶ୍ରୀଯୁକ୍ତ ବୈଷ୍ଣବ ନାମ ଘୋଷଣା ହେବାର କିଛି ସମୟ ପରେ ରାଜ୍ୟ ବିଜେପି ତରଫରୁ ଏକ ପ୍ରେସ ବିଜ୍ଞପ୍ତି ବିଭିନ୍ନ ଗଣମାଧ୍ୟମକୁ ପଠାଯାଇଛି। ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛିଯେ, ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେପି ପ୍ରାର୍ଥୀ। ଏଠାରେ ପ୍ରଶ୍ନ ଉଠୁଛିଯେ, ସଂଖ୍ୟା ଦୃଷ୍ଟିରୁ ତିନୋଟି ରାଜ୍ୟସଭା ପଦବୀ ବିଜେଡ଼ି ଖାତାକୁ ଯିବା କଥା। ଏପରି ସ୍ଥଳେ ରାଜ୍ୟ ବିଜେପିର ମୁଖପାତ୍ର ଶ୍ରୀଯୁକ୍ତ ଗୋଲକ ମହାପାତ୍ରଙ୍କର ଦ୍ୱାରା ଜାରୀ ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଏବଂ ବିଜେଡ଼ି ସୁପ୍ରିମୋ ଅଶ୍ୱିନୀ ବୈଷ୍ଣବଙ୍କର ନାମ ଘୋଷଣା କରିବାର ଅର୍ଥ କ’ଣ? ତେଣୁ ଏଠାରେ ପ୍ରଶ୍ନ ଉଠୁଚି ଅଶ୍ୱିନୀ ବୈଷ୍ଣବ କିଏ? ଏବଂ ସେ କେଉଁ ଦଳର ପ୍ରାର୍ଥୀ ? ଓ କାହା ସ୍ୱାର୍ଥରେ ବିଜେଡ଼ି ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.