Home ଜିଲ୍ଲା ପରିକ୍ରମା କାରାଗାର ବୁଲି ଦେଖିଲେ ଜିଲ୍ଲା ଓ ଦୌରାଜଜ୍

କାରାଗାର ବୁଲି ଦେଖିଲେ ଜିଲ୍ଲା ଓ ଦୌରାଜଜ୍

124

ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିନକୁଦିନ ମହାମାରୀ ‘କରୋନା’ କାୟା ବିସ୍ତାର କରୁଥିବାରୁ ବିଭିନ୍ନ ଜେଲ୍ରେ ଥିବା ଅନ୍ତେବାସୀମାନେ ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଉଚ୍ଚନ୍ୟାୟାଳାୟଙ୍କ ନିର୍ଦ୍ଦେଶ କ୍ରମେ, ପୁରୀ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲାଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷ ବିଦ୍ୟୁତ୍ କୁମାର ମିଶ୍ର ପୁରୀ ଜିଲ୍ଲା କରାଗାର ଓ ନିମାପଡ଼ା ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲାଜଜ୍ ତାଙ୍କ ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ସାମାଜିକ ଦୂରତ୍ୱ ବାଜାୟ ରଖିବା, ମାସ୍କପରିଧାନ କରିବା ଓ ବାରମ୍ବାର ହାତଧୋଇବାକୁ ସେ ବନ୍ଦୀମାନଙ୍କୁ ପରାମର୍ଶ ଦେଇଥିଲେ। ଉଭୟ ଜେଲ୍ରେ ଲିଗାଲ ଏଡ଼ସେଲ୍ କାର୍ଯ୍ୟକରୁଥିବା ଉଲ୍ଲେଖକରି ଜିଲ୍ଲାଜଜ୍ କହିଥିଲେଯେ, ବନ୍ଦୀମାନେ ଆଇନ୍ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ଅନୁଯାୟୀ ମାଗଣା ଆଇନ୍ସେବା ପାଇବା ପାଇଁ ଯୋଗ୍ୟ। ବନ୍ଦୀମାନେ ତାହର ସୁଯୋଗନେବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲ୍ଲା ଜଜ୍ ଶ୍ରୀମିଶ୍ର ଜେଲ୍ରେ ଥିବା କୋଭିଡ୍ଆଇସିଲୋସନ୍ ୱାର୍ଡ଼ ବୁଲି ଦେଖିଥିଲେ। ଶ୍ରୀମିଶ୍ରଙ୍କ ପରିଦର୍ଶନ ସମୟରେ ସିଭିଲ କୋର୍ଟ ରେଜିଷ୍ଟ୍ରାର ଅରୁଣ କୁମାର ପଟ୍ଟନାୟକ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅମରେଶ ମହାପାତ୍ର, ଏଡିଏମ୍ଓ ଡ଼ାକ୍ତର ଗିରିଜା ଶଙ୍କର ରଥ, ଦୁଇଜେଲର ଅଧ୍ୟକ୍ଷ ଓ ଜେଲ୍ର ଚିକିତ୍ସକମାନେ ଉପସ୍ଥିତଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.