ad
ଅନୁଗୁଳ

କାରରୁ ୨୫ ଲକ୍ଷ ନଗଦ ଟଙ୍କା ଧରିଲେ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ବ୍ୟାଙ୍କ ଟଙ୍କା ଜଣା ପଡିବାପରେ ଫେରାଇଲେ ଅର୍ଥ

ତାଳଚେର, ୧୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ନିର୍ବାଚନ ସଂକ୍ରାନ୍ତରେ ଆଜି ଅପରାହ୍ନରେ ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ରାସ୍ତାରେ ଗାଡ଼ି ଚେକିଂ ହେଉଥିବା ବେଳେ ଫ୍ଲାଇଂ ସ୍ୱାର୍ଡ଼ ହାବୁଡ଼ରେ ପଡିଥିଲା ଏକ କାର। ତାଳଚେର ନିର୍ବାଚନମଣ୍ଡଳୀ ପାଇଁ ଦାୟିତ୍ୱରେ ଥିବା ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ର ମାଜିଷ୍ଟ୍ରେଟ ଲକ୍ଷ୍ମୀନାରାୟଣ ଶତପଥୀ ଏବଂ ତାଙ୍କ ସହ ଥିବା ଅନ୍ୟାନ୍ୟ କର୍ମଚାରୀ ଉକ୍ତ କାର(ନଂ-ଓଡି ୦୨ ଏ କେ ୫୭୫୬)କୁ ଅଟକାଇ ଯାଂଚ କରିବାପରେ ସେଥିରୁ ୨୫ଲକ୍ଷ ଟଙ୍କାର ନଗଦ ଅର୍ଥ ରହିଥିବାର ଦେଖିବାକୁ ପାଇଥିଲେ। ତେବେ ଡ୍ରାଇଭର ସମେତ ସେଥିରେ ବସିଥିବା ବ୍ୟକ୍ତିମାନେ ଏହି ଟଙ୍କାକୁ ବ୍ୟାଙ୍କରେ ଜମା କରିବାକୁ ନିଆଯାଉଛି ବୋଲି ଯାଂଚ ଟିମ୍ କୁ କହିବାସତ୍ୱେ ସେମାନେ କାର୍ ଟିକୁ ଛାଡ଼ିନଥିଲେ। ଏହାପରେ କାର ଏବଂ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଅଣାଯାଇଥିଲା। ତେବେ ସେଠାରେ ଆବଶ୍ୟକୀୟ ତଦନ୍ତ କରାଯିବା ପରେ ଉକ୍ତ କାରଟିରେ ପରଜଙ୍ଗର ଏକ ବ୍ୟାଙ୍କରୁ କର୍ମଚାରୀମାନେ ଟଙ୍କା ନେଇ ତାଳଚେର ଡେରାର ଏକ ବ୍ୟାଙ୍କକୁ ଯାଉଥିବାର ଜଣା ପଡ଼ିଥିଲା। ତେବେ ସନ୍ଥପଡ଼ାଠାରେ ସେମାନେ ଯାଂଚର ସମ୍ମୁଖୀନ ହୋଇଥିଲେ ଏବଂ କାରରୁ ୨୫ଲକ୍ଷ ଟଙ୍କାର ନଗଦ ଅର୍ଥ ରାଶି ବାହାରିବାରୁ ଯାଂଚ ଟିମ୍ ର ସନ୍ଦେହ ପରିସରକୁ ଆସି ଯାଇଥିଲେ। ତେବେ ଶେଷରେ ଉକ୍ତ କାର ଓ ଟଙ୍କା ସମେତ ବ୍ୟାଙ୍କ କର୍ମଚାରୀଙ୍କୁ ଛାଡ଼ି ଦିଆଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top