Home ଜିଲ୍ଲା ପରିକ୍ରମା କାନପୁରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

କାନପୁରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

11

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ହରସିଂହପୁର ପଂଚାୟତ ଅଧୀନ କାନପୁର ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇ ବୁଧବାର ଉଦ୍‌ଯାପିତ ହୋଇ ଯାଇଛି। ଏହି ଉପଲକ୍ଷେ ରବିବାର ଅଙ୍କୁରାରୋପଣ, ସୋମବାର ୧୦୮ କଳସ ଶୋଭାଯାତ୍ରା, ମଙ୍ଗଳବାର ଯଜ୍ଞ କର୍ମ ଆରମ୍ଭ ସହିତ ମହାବୀରଙ୍କ ଉପଚାର ଓ ଦେବତା ଅଚଳ ପ୍ରତିଷ୍ଠା, ବୁଧବାର ପଂଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା, ଦେବତା ନ୍ୟାସ ପରେ ଗ୍ରାମ ପରିକ୍ରମା ଓ ଯଜ୍ଞ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ପ୍ରସାଦ ସେବନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠା ଉତ୍ସବର କର୍ତା ଭାବେ ସର୍ବେଶ୍ୱର ବେହେରା ଏବଂ ପତ୍ନୀ ମଧୁସ୍ମିତା ବେହୋର, ପଣ୍ଡିତ ସୁରେନ୍ଦ୍ର ମିଶ୍ର, ପ୍ରଶାନ୍ତ ହେତା, ରଶ୍ମିରଂଜନ ଦାଶ, ସୁଦର୍ଶନ ପତି, ସୁଦର୍ଶନ କର, ସଂଜୟ ମିଶ୍ର ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିଲେ। ବିଚିତ୍ରାନନ୍ଦ ଦାସ, ନିରାକାର ବେହେରା, ସୁକୁମାର ପାଣିଗ୍ରାହୀ, ଧୃବଚରଣ ପାଣିଗ୍ରାହୀ, ଅକ୍ଷୟ ବେହେରା, ଖାରବେଳ ମହାକୁଡ଼, ମନୋଜ ବେହେରା, ଈଶ୍ୱର ବେହେରା, ଭକ୍ତହରି ମହାପାତ୍ର, ନିର୍ମଳ ବେହେରା, କାଳନ୍ଦୀ ମହାକୁଡ଼, ସମୟ ବେହେରା, ତ୍ରିଲୋଚନ ପାଣିଗ୍ରାହୀ, ରବିନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.