Home କଳାହାଣ୍ଡି କଳାହାଣ୍ଡି ପୋଲିସ ହସ୍ତକ୍ଷେପ ପରେ ଦାଦନ ଯିବାରୁ ନିବୃତ ହେଲେ ଶ୍ରମିକ

କଳାହାଣ୍ଡି ପୋଲିସ ହସ୍ତକ୍ଷେପ ପରେ ଦାଦନ ଯିବାରୁ ନିବୃତ ହେଲେ ଶ୍ରମିକ

65

କଳାହାଣ୍ଡି ୮-୦୫ (ଓଡିଆ ପୁଅ) ଦାଦନ ଦଲାଲ କବଳରୁ ଉଦ୍ଧାର ପାଇଛନ୍ତି ଜୟପାଟଣା ଅଂଚଳର ୭୫ ଜଣ ଶ୍ରମିକ। ଗୋଟିଏ ବସ ଧରି ଦଲାଲ ପହଂଚିସାରିଥିଲା ଜୟପାଟନା ତାନା ଅଂଚଳ ସାନ କର୍ଲାକୋଟ ଗ୍ରାମକୁ। ସେଠାରୁ ତାମିଲନାଡୁ ରାଜ୍ୟର ତ୍ରୀପୁର ଅଂଚଳକୁ ଦାଦନ ପାଇଁ ଯାଇଥାନ୍ତେ ଶ୍ରମିକ। ଠିକ ସମୟରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜୟପାଟଣା ପୋଲିସ ପହଂଚି ଯିବାପରେ ଦାଦନ ଯିବାକୁ ଥିବା ଶ୍ରମିକ ମାନେ ରକ୍ଷା ପାଇଥିବା ଜଣାପଡିଛି।

ବସ ନଂ.ଟିଏନ ୩୩ କେ ୮୪୮୮ ନମ୍ବର ବସ ନେଇ ଦୁଇଜଣ ଲୋକ ସାନ କର୍ଲାକୋଟ ଗ୍ରାମକୁ ଆସୁ ପୂର୍ବରୁ ଯାଇଥରବା ଶ୍ରମିକ ମାନଙ୍କୁ ପୁନର୍ବାର ସେଠାକୁ ନେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ସେହି ଶ୍ରମିକମାନେ ପୂର୍ବରୁ ସେଠାରେ କାମ କରୁଥିବା ବେଳେ କୋଭିଡ କଟକଣା ପାଇଁ ଫେରିଆସିଥିବା ବେଳେ ପୁନଃ ନେବାକୁ ବସ ଆସିଥିବା ଜଣାପଡିଥିଲା। କଳାହାଣ୍ଡିରେ ଏମଜି ଏନଆରଜିଏସ ଯୋଜନାରେ କେବଳ ମାଟିକାମ ଥିବା ହେତୁ ତାହା କଷ୍ଟସାଧ୍ୟ ହେଉଥିବା କାରଣରୁ ଶ୍ରମିକମାନେ ବିଭିନ୍ନ କଳକାରଖାନାରେ କାମ କରି ଅଧରକ ରୋଜଗାର କରିବା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ।

ବର୍ତମାନର କୋଭିଡ କଟକଣା ଯୋଗୁଁ ବାହାରକୁ ଯିବାକୁ ବାରଣ ହୋଇଥରବା ଯୋଗୁଁ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡିଛି। ଏସଂପର୍କରେ ଜୟପାଟଣା ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.