Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଲୟରେ ମଂଜୁରୀପ୍ରାପ୍ତ ପଦବୀ ଠାରୁ ଅଧିକ କିରାଣୀ ...

କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଲୟରେ ମଂଜୁରୀପ୍ରାପ୍ତ ପଦବୀ ଠାରୁ ଅଧିକ କିରାଣୀ ଅବସ୍ଥାପିତ ଅଭିଯୋଗ

1130

କଳାହାଣ୍ଡି-(ଓଡିଆପୁଅ) – ୦୫.୦୫.୨୦୧୯ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀଙ୍କ ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ମଂଜୁରୀପ୍ରାପ୍ତ କିରାଣୀ ପଦବୀ ଠାରୁ ଅଧିକ ସଂଖ୍ୟକ କିରାଣୀ ଅବସ୍ଥାପିତ କରାଯାଇଥିବା ଅଭିଯୋଗ ହେଉଛି । ଜିଲ୍ଲା ଶିକ୍ଷାଧିକାରୀ ନିଜ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ପାଇଁ ବିଭିନ୍ନ ହାଇସ୍କୁଲ ଗୁଡିକରୁ କିରାଣୀ ମାନଙ୍କୁ ଡେପୁଟେସନ କିମ୍ବା ଡେପଲୟମେଂଟ ଆଦେଶ ମାଧ୍ୟମରେ ଜିଲ୍ଲା କାର୍ଯୟାଳୟକୁ ଆଣି ଅବସ୍ଥାପିତ କରୁଥିବା ଜଣାପଡିଛି । ଯେଉଁ ସବୁ ସ୍କୁଲରୁ କିରାଣୀ ମାନଙ୍କୁ ଡେପୁଟେସନ କିମ୍ବା ଡେପଲୟମେଂଟ ଆଦେଶ ମାଧ୍ୟମରେ ଜିଲ୍ଲା କାର୍ଯୟାଳୟକୁ ଅଣାଯାଉଛି ସେହି ସ୍କୁଲରେ କିରାଣୀ ଅଭାବରୁ ବିଭାଗୀୟ କଲାର୍ଯୟ କରିବା ପାଇଁ କନିଷ୍ଠ କିମ୍ବା ଅଭିଜ୍ଞ ଶିକ୍ଷକ ମାନଙ୍କ ଦ୍ୱାରା କାମ କରାଯାଉଥିବା ଶିକ୍ଷକ ମହଲରେ ଆଲୋଚନା ହେଉଛି । ଫଳତଃ ସଂପୃକ୍ତ ଶିକ୍ଷକ ମାନେ ଶିକ୍ଷାଦାନ କରିବା ସମ୍ଭବପର ହୋଇପାରୁନାହିଁ । ଯାହାଫଳରେ ଛାତ୍ରଛାତ୍ରୀ ମହଲରେ ଏବଂ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଯାହାଦ୍ୱାରା ଶିକ୍ଷା ଅଧିକାର ଆଇନ ପ୍ରତି ମଧ୍ୟ ଉପହାସ କରାଯାଉଛି ବୋଲି ଆଲୋଚନା ହେଉଛି ।
ଏହା ବ୍ୟତୀତ ଏହି ଜିଲ୍ଲାରେ କାର୍ଯ୍ୟରତ ଚୁକ୍ତିଭିତିକ ଭାବେ କାର୍ଯ୍ୟରତ ୨୦୮ ଜଣ ଶିକ୍ଷକଙ୍କୁ ପିଛିଲା ଭାବେ ୨୦୧୭ରୁ ରେଗୁଲାର କରାଯାଇ ସେମାନଙ୍କ ବକେୟା ଦରମା ଦେବା ପାଇଁ କିରାଣୀ ମାନଙ୍କ ମାଧ୍ୟମରେ ଯଥେଷ୍ଟ ହାତଗୁଂଜା ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଜିଲ୍ଲାରେ ଥିବା ୯୧ ଗୋଟି ବ୍ଲକ ଗ୍ରାଂଟ ହାଇସ୍କୁଲକୁ ଏଡେଡ ସ୍କୁଲ କରିବା ପାଇଁ ପ୍ରତ୍ୟେକ ସ୍କୁଲରୁ ମଧ୍ୟ ହାତଗୁଂଜା ସଂଗ୍ରହ କରାଯାଇଥିବା ଅଭିଯୋଗ ହେଉଛି ।
ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେସନ କିମ୍ବା ଡେପଲୟମେଂଟ ମାଧ୍ୟମରେ ଯିବାକୁ କିରାଣୀ ମହଲରେ ପ୍ରତିଯୋଗୀତା ହେଉଥିବା ମଧ୍ୟ ଆଲୋଚନା ହେଉଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଲୟରେ କାର୍ଯ୍ୟକରିବା ବାହାନାରେ ଅନ୍ୟ ମାନଙ୍କୁ ଚାପ ପକାଇ ସୁପରିଅର ପ୍ରଦର୍ଶୀତ କରୁଥିବା ଆଲୋଚନା ହେଉଛି । ଏପରିକି ଜିଲ୍ଲା କାର୍ଯ୍ୟାଳୟରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଜୀବନ ବୀମା , ସାହାରା, ପିୟରଲେସ, ବାଜାଜ ଏଲାଏନ୍ସ ଭଲି ବିଭିନ୍ନ ଜୀବନ ବୀମା ଏବଂ ଅର୍ଥ ଲଗାଣକାରୀ ସଂସ୍ଥା ର ଏଜେନ୍ସି କରି ଶିକ୍ଷକ ମାନଙ୍କୁ ଚାପ ପକାଇ ସେମାନଙ୍କ ଠାରୁ ପଲିସି ସଂଗ୍ରହ କରୁଥିବାର ମଧ୍ୟ ଅଭିଯୋଗ ହେଉଛି । ବିଶେଷ କରି ଡିଇଓ ଅଫିସରେ କାମକରୁଥିବା ନେଇ ନୂଆ କରି ଯୋଗ ଦେଇଥିବା ଶିକ୍ଷକ ମାନଙ୍କଲୁ ଚାପ ପକାଇ ବିଭିନ୍ନ ଜୀବନବୀମା ପଲିସି ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ଡିଇଓ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିବା କିରାଣୀ ମନୋଜ କୁମାର ନିଜ ପତ୍ନୀଙ୍କ ନାମରେ ଜୀବନବୀମା ଏଜେନ୍ସି ନେଇ ଥିବା ବେଳେ ଆଗରୁ ଡେପୁଟେସନରେ ତଥା ଗତ କିଛିଦିନ ହେବ ବଦଳି ହୋଇଆସିଥିବା କିରାଣୀ ନିଜ ପତ୍ନୀଙ୍କ ନାମରେ ଜୀବନ ବୀମା ଏଜେନ୍ସି ନେଇ ଶିକ୍ଷାକ ଓ କର୍ମଚାରୀ ମାନଙ୍କ ଠାରୁ ବୀମା ପଲିସି ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ଏସବୁ ଅଭିଯୋଗ ଯଦିଓ ସତ୍ୟ ହୋଇଥାଏ ତେବେ କଳାହାଣ୍ଡି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ସାଜିଥିବା ବିଷୟକୁ ଅସ୍ୱୀକାର କରାଯାଇପାରିବ ନାହିଁ ।
ସୂଚନା ଯୋଗ୍ୟ ଯେ, ଓଡିଶା ଗଭର୍ଣ୍ଣମେଂଟ ସରଭେଂଟ କଣ୍ଡକ୍ଟ ରୁଲ୍ସ ଅନୁସାରେ କୌଣସି ସରକାରୀ କର୍ମଚାରୀ ନିଜ ପଦମର୍ଯ୍ୟାଦାକୁ ବ୍ୟବହାର କରି ନିଜେ କିମ୍ବା ନିଜ ପତ୍ନୀଙ୍କ ମାଧ୍ୟମରେ ଏଭଲି ଭାବେ ଜୀବନବୀମା ପଲିସି ସଂଗ୍ରହ କରି ଲାଭବାନ ହୋଇପାରିବ ନାହିଁ ବୋଲି ଉଲ୍ଲେଖ ରହିଥିବା ଆଇନ ବିଷାରଦ ମାନଙ୍କ ସୂତ୍ରରୁ ପ୍ରକାଶ । ଅନେକ ଗୁଡାଏ ବ୍ଲକ ଗ୍ରାଂଟ ସ୍କୁଲ ମାନଙ୍କରେ ଶିକ୍ଷକ ମାନଙ୍କ ନିଯୁକ୍ତିରେ ହେରାଫେରୀ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେସବୁକୁ ଅଣଦେଖା କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି ।
ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକଲେ ଏଭଲି କିଛି ସୁବିଧା ହାସଲ କରିହେଉଥିବା ନେଇ ବିଭିନ୍ନ କିରାଣୀ ମାନେ ମଧ୍ୟ ସେଠାକୁ ବଦଳି ହୋଇନପାରିଲେ ମଧ୍ୟ ଡେପୁଟେସନ କିମ୍ବା ଡେପଲୟମେଂଟ ମାଧ୍ୟମରେ ଯାଇ କାର୍ଯ୍ୟକରିବାକୁ ଉଦ୍ୟମ କରୁଥିବା ଆଲୋଚନା ହେଉଛି । ସାଧାରଣରେ ହେଉଥିବା ଏସବୁ ଅଭିଯୋଗ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଜାଣିନଥିବା ଏବଂ ଘଟଣାର ଅନୁଧ୍ୟାନ କରିବାକୁ ପ୍ରକାଶ କରିଥିବା ବେଳେ ଦୀର୍ଘ ଦିନ ହେବ ସେଥିପ୍ରତି ଧ୍ୟାନ ଦେଇନଥିବା ଜଣାପଡିଛି । ସାଧାରଣରେ ହେଉଥିବା ଏସବୁ ଅଭିଯୋଗ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦୃଢ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.