Home ଓଡ଼ିଶା କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ

171

କଳାହାଣ୍ଡି, ୧୧-୦୯ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲାରେ ବୁଧବାର ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ ହୋଇଛି।ସୂଚନା ରୁ ପ୍ରକାଶ ଯେ ଗତ ଅଗଷ୍ଟ ୩୧ ତାରିଖ ଦିନ ଜୁନାଗଡ଼ ବ୍ଲକ୍ ଭଇଁରିଗୁଡ଼ା ସରପଞ୍ଚ ଲକ୍ଷ୍ମୀଧର ପାତ୍ର(୬୩) ଅସୁସ୍ଥ ହେବାପରେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଯାଇଥିଲେ।ସେଠାରେ ଆଣ୍ଟି ଜେନ ପରୀକ୍ଷା ପରେ ପଜିଟିଭ୍ ବାହାରିଥିଲା।ତାଙ୍କୁ ଭବାନୀପାଟଣା ବନ୍ଦୋପଲା ସ୍ଥିତ କୋଭୀଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍ ନିୟମାବଳୀ ଅନୁଯାୟୀ ସରକାରୀ ଭାବରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସେ ଦ୍ଵିତୀୟ ଥର ପାଇଁ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ଥିଲେ। ବୁଧବାର ସନ୍ଧ୍ୟାରେ ପଞ୍ଚାୟତ କାର୍ଯ୍ୟାଳୟଠାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା, ବିଡ଼ିଓ ଦୁଲାରାମ ମାରାଣ୍ଡି, ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ସମେତ ଅନେକ ଅଧିକାରୀ ଓ କର୍ମଚାରୀଏବଂ ଗ୍ରାମ ବାସି ମୃତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେ ଜଣେ କର୍ମଠ ମେଲାପି ଓ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ମହତ୍ ଭୂମିକା ଥିଲା। ସେ ଜଣେ ସମାଜସେବୀ ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.