Home କଳାହାଣ୍ଡି କଳାହାଣ୍ଡିର ଜୁନାଗଡ ରେଳ ଷ୍ଟେସନରୁ ବିଦେଶକୁ କପା ରପ୍ତାନୀ  ଆରମ୍ଭ

କଳାହାଣ୍ଡିର ଜୁନାଗଡ ରେଳ ଷ୍ଟେସନରୁ ବିଦେଶକୁ କପା ରପ୍ତାନୀ  ଆରମ୍ଭ

33

କଳାହାଣ୍ଡି, ୨୫.୦୨.୨୦୨୧ ( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସମ୍ବଲପୁର ଇଷ୍ଟ କୋଷ୍ଟ  ରେଳ ମଣ୍ଡଳ ଦ୍ୱାରା କ୍ରମାଗତ ଭାବେ ପ୍ରୟାସ କରାଯିବା ପରେ ବାଂଳାଦେଶକୁ କପା ରପ୍ତାନୀ ଆରମ୍ଭ କରାଯାଇଛି । ଜୁନାଗଡ-ରୋଡ ରେଳ ଷ୍ଟେସନରୁ ୪୨ ଗୋଟୀ ମାଳ ବୋଝେଇ ରେଳ ୱାଗନ ରେ ୨୪୭୧ ଟନ କପା ବୋଝେଇ କରାଯାଇଥିବା ରେଳ ବିଭାଗ ରୁ ଜଣାପଡିଛି । ଜୁନାଗଡ –ରୋଡ ଷ୍ଟେସନରୁ ବାଂଳାଦେଶ ର ବେଣାପୋଳ କୁ କଫା ଯାଉଥିବା ପ୍ରକାଶ । ରେଳ ମାଧ୍ୟମରେ ମାଧ୍ୟମରେ ଦେଶ ଭିତରେ ଏବଂ  ବିଦେଶ କୁ କୃଷିଜାତ ସାମଗ୍ରୀ ପରିବହନ ରପ୍ତାନୀ  ସବୁଠାରୁ ଶୀଘ୍ର ଓ ସୁରକ୍ଷିତ ହେବା ସହିତ ଏହା ଦ୍ୱାରା ଏଥି ସହିତ ଜଡିତ ସମସ୍ତେ ଲାଭବାନ ହୋଇପାରିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରବନ୍ଧକବାଂଲାଦେଶକୁ ଦୂରଗାମୀ ରେଳ ବ୍ୟବସ୍ଥାରେ ଟ୍ରାଫିକ ର ସଫଳତା ପାଇଁ ସମସ୍ତ ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ଭ୍ରୂୟସୀ ପ୍ରଶଂସା କରିଛନ୍ତି । ରେଳ ବିଭାଗ ଦ୍ୱାରା ବିଜନେଓ ଡେଭଲପମେଂଟ ୟୁନିଟ ସ୍ଥାପନା ପରେ ମାଳ ପରିବହନର ସବୁଠାରୁ ସୁରକ୍ଷିତ ଏବଂ ଶସ୍ତା ଦିଗ ପାଇଁ ମାଳ ପରିବହନ ନିମନ୍ତେ ଗ୍ରାହକ ମାନଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଉଥିବା ପ୍ରକାଶ ।
ସୂଚନା ଯୋଗ୍ୟ ଯେ, ବିଗତ ତିନି ବର୍ଷ ହେବ କଳାହାଣ୍ଡିର ଅଣଜଳସେଚିତ ଅଂଚଳରେ ବ୍ୟାପକ କପା ଉତ୍ପାଦନ କରାଯାଉଥିବା କୃଷି ବିଭାଗ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.