Home କଳାହାଣ୍ଡି  କଳାହାଣ୍ଡିରେ ମିଶନ ଶକ୍ତି  ଧର୍ମକୁ ଆଖିଠାର ! ଗୋଟିଏ ପରିବାର ରେ ସୀମିତ ଏସଏଚଜି କୁ...

 କଳାହାଣ୍ଡିରେ ମିଶନ ଶକ୍ତି  ଧର୍ମକୁ ଆଖିଠାର ! ଗୋଟିଏ ପରିବାର ରେ ସୀମିତ ଏସଏଚଜି କୁ ପ୍ରୋତ୍ସାହନ

59

କଳାହାଣ୍ଡି- ତା.୧୧.୦୩.୨୦୨୧ ( ଓଡିଆପୁଅ) ବିଗତ ୨୦୧୮-୧୯ ରବିରୁ କଳାହାଣ୍ଡିରେ ପରୀକ୍ଷାମୂଲକ ଭାବେ ଧାନ କିଣା କାରବାରରେ ଏସଏଚଜି ଗୁଡିକୁ ଯୋଗାଣ ବିଭାଗ ପତ୍ର ସଂଖ୍ୟା ୪୧୫୬ ତା.୦୧୧.୦୩.୨୦୧୯ ଅନୁସାରେ ସାମିଲ କରାଯାଇଛି । ଏସବୁ ଏସଏଚଜିକୁ ଅନୁଧ୍ୟାନ କଲେ ସେସବୁ ଏସଏଚଜି ମହିଳା ମାନଙ୍କ ସେଭଲି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନଥିବା ଜଣାପଡିଛି । ବାସ୍ତବ ପକ୍ଷେ ପ୍ରାୟତଃ  ଧାନକିଣା କାରବାରରେ ସାମିଲ ହୋଇଥିବା ଏସଏଚଜି ମଧ୍ୟରୁ ଅନେକ ଏସଏଚଜି ପଛରେ ଅସାଧୁ ବ୍ୟବସାୟୀ ଗୋଷ୍ଠୀ ନିୟନ୍ତ୍ରଣ କରି ଫାଇଦା ଉଠାଉଥିବାର ଜଣାପଡୁଛି । ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।
ଗୋଟିଏ ପରିବାରର ଜଣକୁ ହିସାବରେ ଦଶରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନେଇ ମିଶନଶକ୍ତି ଯୋଜନାରେ ଏସଏଚଜି ଗଠନ କରାଯିବା ନିୟମ ରହିଛି । ଏଥିପାଇଁ ଜଲ୍ଲା ପ୍ରଶାସନ ପାଖରେ ସୋସାଇଟୀ ପଂଜୀକରଣ ଆଇନରେ ସଂପୃକ୍ତ ଏସଏଚଜିର ପଂଜୀକରଣର ଆବଶ୍ୟକତା ନାହିଁ । ଏହାଦ୍ୱାରା କାହାଦ୍ୱାରା କିପରି ଭାବେ ଏସଏଚଜି ଗଠନ କରାଯାଇଛି ତାହା ମଧ୍ୟ ଅନୁଧ୍ୟାନ କରିବା ସମ୍ଭବପର ହୋଇପାରୁନାହିଁ । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଏବଂ ପ୍ରଭାବଶାଳୀ ମାନଙ୍କ ପ୍ରରୋଚନାରେ ମିଶନ ଶକ୍ତି ତଥା ଆଇନ କାନୁନ କୁ ଆଖିଠାର ମାରି ନିଜ ମନଇଚ୍ଛା ଦଶ ଜଣ ମହିଳାଙ୍କୁ ସାମିଲ କରିବା ସହିତ ପାଶବୁକରେ ଟଙ୍କା ଦେଣନେଣ କାରବାର କରୁଥିଲେ ନିର୍ଦ୍ଧାରିତ କମିଟୀ ଦ୍ୱାରା ଚୟନ କରାଯାଇ ଏସଏଚଜିକୁ ଧାନକିଣା କାରବାରରେ ସାମିଲ କରାଯାଉଥିବା ଜଣାପଡିଛି । ସେଥିପାଇଁ ପାଶବୁକରେ ଟଙ୍କା ଦେଣ ନେଣ କାରବାର ଏବଂ ପ୍ରଭାବଶାଳୀ ଅସାଧୁ ବ୍ୟବସାୟୀଙ୍କ ଛତ୍ରଛାୟା ମିଳିଲେ ଧାନ କିଣା ପାଇଁ ଚୟନ ହେବା ନିଶ୍ଚିତ ବୋଲି କୁହାଯାଉଛି ।
କୋକସରା ବ୍ଲକ ଅନ୍ତର୍ଗତ କାଶୀବାହାଲ ଠାରେ ଗତ ୨୦୦୨ ମସିହାରେ ଗଠିତ ଏକ ଏସଏଚଜି ଯୋଗାଣ ବିଭାଗ ଦ୍ୱାରା ଧାନ କିଣା ପାଇଁ ଚୟନ ହେବା ପରେ ମିଶନଶକ୍ତି ଓ ସରକାରୀ ନିୟମ କାନୁନକୁ ଆଖିଠାର ମାରି ଏସଏଚଜିର ପୁରୁଣା ସଭ୍ୟା ମାନଙ୍କୁ ନହିଷ୍କାର କରିଦେଇ ନିଜସ୍ୱ ପରିବାର ଭିତରେ ସୀମିତ ରଖି ଚଂଚକତା ର ସହ ଏସଏଚଜି ନାମରେ ବ୍ୟକ୍ତଗତ ଫାଇଦା ଉଠାଉଥିବାର ଏକ ତଥ୍ୟ ଅସୂଚନା ଅଧିକାର ଆଇନ ମାଧ୍ୟମରେ ପଦାକୁ ଆସିଥିବା ଜଣାପଡିଛି । କୋକସରା ଆଇସିଏସ ର ପତ୍ର ସଂଖ୍ୟା ୨୭ତା.୨୭.୦୧.୨୦୨୧ ଅନୁସାରେ ମାଁ ମଙ୍ଗଳା ଦେବୀ ଏସଏଚଜିର ସଂପାଦକ ଶୈଳ ନାଏକ ଓ ସଭାପତି ପ୍ରେମଶୀଳା ମାଝୀ  ଯୋଗାଣ ବିଭାଗରେ ଆବେଦନ କରି ଧାନ କିଣା ପାଇଁ ଚୟନ ହେବା ସହ କୋର୍ଡ ନଂ.ଏସ୨୧୫୦୯୦୧ ଅନୁସାରେ ସଭାପତି ପ୍ରେମଶୀଳା ମାଝୀଙ୍କ ନାମରେ ସାମିଲ ହୋଇଥିବା ଜଣାପଡିଛି । ସଂପାଦକ ନିଜ ପୁଅ କିଶୋରକୁ ଡିଇଓ ଭାବେ ଦାୟୀତ୍ୱ ଦେବା ସହିତ ଏସଏଚଜିର ସମସ୍ତ କାରବାର କରୁଥିବା ଜଣାପଡିଛି । ୨୦୧୯ ରବିରେ ଧାନ କିଣା ପରେ ସାଂପଦକ ଶୈଳ ନାଏକ ଚଂଚକତା କରି ପ୍ରେମଶିଳା ମାଝୀଙ୍କୁ ବାହାର କରିଦେଇ ନିଜର ଭାବି ବୋହୁ ଛତିଶଗଡ ନିବାସୀ ଡିଲେ ନାଗେଶ ଙ୍କୁ ୨୦୨୦ ରୁ ସଭାପତି କରାଇବା ସହିତ ବେଙ୍କ ପାଶବୁକ ପରିଚାଲନା ଇତ୍ୟାଦି କରାଉଥିବାର ଜଣାପଡିଛି । ଡିସେମ୍ବର ୨୦୨୦ ରେ କୋକସରା ଆଇସିଡିଏସ ପତ୍ର ସଂଖ୍ୟା ୫୨ତା.୧୭.୦୨.୨୦୨୧ ଅନୁସାରେ  ବୋହୁ ଡିଲେ ନାଗେଶ ସଭାପତି ଓ ଶାଶୁ ଶୈଳ ନାଏକ ସଂପାଦକଥିବା ବେଳେ ସଂପାଦକର ଝୀଅ ଅନୁପମା ଓା ଶାଶୁ ଗୌରୀ ନାଏକ ସଭ୍ୟା ରହିଥିବା ଜଣାପଡିଛି । ସେହିପରି ସଂପାଦକର ଦେଢଶୂର ପ୍ରାଥମିକ ଶିକ୍ଷକଗୋବର୍ଦ୍ଧନ ନାଏକର ସ୍ତ୍ରୀ ସୁକାନ୍ତି ନାଏକ ଓ ଝୀଅ ଜ୍ୟୋତ୍ସ୍ନା ନାଏକ ଏବଂ ଆଉଜଣେ ସଂପର୍କୀୟ ହେମଲତା ନାଏକ ସଭ୍ୟା ଥିବା ଜଣାପଡିଛି । ଏହିପରି ଭାବେ ଗୋଟିଏ ପରିବାରର ସାତଜଣ ସଭ୍ୟା ଓ ଜଣେ ଡିଇଓ ଦ୍ୱାରା ପରିଚାଲିତ ଏସଏଚଜି ଦ୍ୱାରା ଧାନ କିଣା କାରବାର ନାକମୁ ମାତ୍ର କରୁଥିବା ବେଳେ କେବଳ ଶୈଳ ନାଏକ ଓ ନିଜ ପୁଅ କିଶୋର ହିଁ ସମସ୍ତ ବିଷୟ ବୁଝୁଥିବା ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ସୂତ୍ରରୁ ପ୍ରକାଶ ।

ଏହାର ସୁଯୋଗ ନେଇ ଡିଇଓ ନିଜ ପରିବାର ସଦସ୍ୟ ଓ ସଂପର୍କୀୟ ମାନଙ୍କ ନାମରେ ଜମିନଥୈଲେ ହେଁ ଚାଷ କରାଯାଉନଥିବା ଅନ୍ୟ ଚାହୀଙ୍କ ଜମି ଏପରିକି ଅନ୍ୟଗ୍ରାମର ଚାଷଜମି ଗୁଡିକୁ ଜମିମାଲିକଙ୍କ ଭାଇ/ପୁଅ/ସଂପର୍କୀୟ ଦର୍ଶାଇ ଚାଷି ପଂଜିକରନ କରି ହେରାଫେରୀ କରିଥିବା ଜଣାପଡିବା ପରେ ଚାଷୀ ଆନ୍ଦୋଳନ ଜୋଇଥିଲା । ଘଟଣାସ୍ଥଳକୁ କୋକସରା ତହସିଲଦାର, ଏସିଏସଓ, ଏଆରସିଏସ ଭଲି ପଦାଧିକାରୀମାନେ ଚାଷୀଙ୍କୁ ବୁଝାଶୁଝା କରି ଏହି ଏସଏଚଜିକୁ ଖାରଜ କରିଦେବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଅନ୍ୟପକ୍ଷରେ କୋକସରା ଆଇସିଡିଏସ ରୁ ମିଳିଥିବା ତଥ୍ୟ ଅନୁସାରେ କେବଳ ଧାନକିଣା କମିଶନ ବାବଦକୁ ୨୦୧୯-୧୧୯ ରବିରୁ ୨୦୨୦ ରବି ପର୍ଯ୍ୟନ୍ତକୁ  ମୋଟ  ୬୨ ହଜାର କ୍ୱିଂଟାଲ ଧାନ କିଣିଥିବା ବେଳେ ଶ୍ରମିକ ମଜୁରୀ ବାଦ ୧୯ ଲକ୍ଷ ୭୦ ହଜାର ୮୫୨ ଟଙ୍କା କମିଶନ ପାଇଥିବା ଜଣାପଡିଛି । ତନ୍ମଧ୍ୟରୁ  ସୁତୁଲି ବାବଦକୁ ୧ଲକ୍ଷ ୧୭ ହଜାର ଟଙ୍କା ଓ ସଭ୍ୟା ମାନଙ୍କୁ ୮ଲକ୍ଷ ୬୯ ହଜାର ଟଙ୍କା ଭାଗ ଦିଆଯାଇଥିବା କେଶବୁକରେ ଦର୍ଶାଯାଇଥିବା ତଥ୍ୟ ମିଳିଛି । ଏସବୁର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ପୁରୁଣା ସଭ୍ୟା ମାନେ ଦାବୀ କରିଛନ୍ତି । ଏହା ଯଦିଓ ସତ୍ୟ ହୋଇଥାଏ ଏବଂ  ମଣ୍ଡି ପରିଚାଲନା ଇତ୍ୟାଦି ପାଇଁ ଯଦିଓ ୩ ଲକ୍ଷ ଖର୍ଚ୍ଚ ହୋଇଥାଏ  ତେବେ ବଳକା ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ହିସାବ କେଶ ବୁକରେ ନାହିଁ । ନିଜ ପରିବାର ମଧ୍ୟରେ ସୀମିତ ରଖିଥିବା ଏହି ଏସଏଚଜି ସରକାରୀ ପ୍ରୋତ୍ସାହନ ଏବଂ ଅସାଧୁ ପଦାଧିକାରୀ ମାନଙ୍କ ଛତ୍ରଛାୟାତଳେ ରହି ଚଂଚକତା କରି ଅସାଧୁ ଉପାୟରେ ଏସଏଚଜି ନାମରେ ବ୍ୟାପକ ହେରାଫେରୀ କରୁଥିବା ହେତୁ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.