Home ଜିଲ୍ଲା ପରିକ୍ରମା କଳାମାଟି ଏବଂ ପଙ୍କରେ ନିର୍ମାଣ ହେଉଛି ଦିଗଛିଆ-ବାଂଶଡା ରାସ୍ତା, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀଙ୍କ...

କଳାମାଟି ଏବଂ ପଙ୍କରେ ନିର୍ମାଣ ହେଉଛି ଦିଗଛିଆ-ବାଂଶଡା ରାସ୍ତା, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀଙ୍କ ତାଗିଦ ସତ୍ୱେ ଠିକାଦାରଙ୍କ ମନମାନୀରେ ଚାଲିଛି କାର୍ଯ୍ୟ, ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ହେଉନି, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ!

7

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଅଂଚଳବାସୀ ବହୁବାର ଅଭିଯୋଗ ଆଣିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଦୀର୍ଘ ସମୟ ଧରି ଏହି ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ମଧ୍ୟ ଏହି ରାସ୍ତା କାର୍ଯ୍ୟ ସରିବାର ଆଶା ଦିନକୁ ଦିନ ମଧ୍ୟ କମି କମି ଯାଉଛି। ପ୍ରାପ୍ତ ଖବର ଅନୁଯାଇ ଦିଗଛିଆ- ବାଂଶଡା ୧୦କି.ମି ଦୀର୍ଘ ବିଶିଷ୍ଟ ରାସ୍ତାକୁ ଭଦ୍ରକ (ରାସ୍ତା ଓ କୋଠାବାଡି ବିଭାଜନ) କେ ବିଏମ କନଷ୍ଟ୍ରକସନ କମ୍ପାନୀକୁ କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ଦେଇଥିଲେ ଏବଂ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଏହି କାର୍ଯ୍ୟ ଗତ୨୨ ଫେବୃଆରୀ ୨୦୨୩ ମସିହାରେ ଆରମ୍ଭ କରିଥିବା ବେଳେ ଏହାର ପୂର୍ଣାଙ୍ଗ ୨୧ ମାର୍ଚ ୨୦୨୪ ରେ ହେବ ବୋଲି ସୁଚନା ଦିଆଯାଇଥିଲା। ଭଦ୍ରକ ରାସ୍ତା ଓ କୋଠାବାଡି ବିଭାଜନ ଏହି ରାସ୍ତା କାର୍ଯ୍ୟ ୨୫କୋଟି ୧୫ଲକ୍ଷ ଟଙ୍କାରୁ ୩୪କୋଟି ଟଙ୍କାକୁ ଏହାର ଆକଳନ ମୁଲ୍ୟ ବଢାଇଥିଲେ। ଆକଳନ ମୂଲ୍ୟ ବଢି ବଢି ଚାଲିଥିବା ବେଳେ ରାସ୍ତା କାର୍ଯ୍ୟର ମାନ ଦିନକୁ ଦିନ କମି କମି ଯାଉଛି। ଗତ ମଙ୍ଗଳବାର ଦିନ ଏହି ରାସ୍ତା କାର୍ଯ୍ୟ ପାଇଁ ପଙ୍କ ଏବଂ ପୋଡି ଯାଇଥିବା ମାଟି ଆଣି ରାସ୍ତା ଫିଲିଂ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବା ପରେ ସଂପୃକ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦେବୀପ୍ରଶନ୍ନ ଘୋଷ ଏବଂ ଉପଖଣ୍ଡ ଅଧିକାରୀ ମଧୁସ୍ମିତା ବାସ୍କେ ଏହି କାର୍ଯ୍ୟ ବନ୍ଦ କରିବାକୁ ବିଏମ କନଷ୍ଟ୍ରକସନ କମ୍ପାନୀକୁ ନିର୍ଦେଶ ଦେଇଥିଲେ, ମାତ୍ର ସଂପୃକ୍ତ ଠିକାଦାର ଏହି କାର୍ଯ୍ୟ ଦିନରେ ବନ୍ଦ କରିଦେଇ ସନ୍ଧ୍ୟା ସମୟରେ ଏହି ମାଟିରେ ରାସ୍ତା ଫିଲିଂ କରି ନେଇଥିଲେ। ସଂପୃକ୍ତ ଠିକାଦାର ନିଜ ମନମାନୀରେ ଏହି କାର୍ଯ୍ୟ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ତରଫରୁ କେହି ଉପସ୍ଥିତ ରହୁ ନଥିବା କଥା ସାଧାରଣରେ ଅଭିଯୋଗ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଏହି ରାସ୍ତା ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ହୋଇଥିବା ବେଳେ ଯେନେ କେନେ ସଂପୃକ୍ତ ଠିକାଦାର ରାତି ଅଧିଆ ନିମ୍ନ ମାନର କାର୍ଯ୍ୟ ସାରି ନିଜର ପ୍ରାପ୍ୟ ଗଣ୍ଡାକ ହାତେଇବାକୁ ମସୁଧା ଚଳାଇଛି କାରଣ ଏହି ରାସ୍ତା ନିର୍ମାଣ ସରିବା ପରେ ଏହାର ରକ୍ଷଣାବେକ୍ଷଣ ସଂପୃକ୍ତ ଠିକାଦାରଙ୍କ ର ନୁହେଁ ଏହାର ରକ୍ଷଣା ବେକ୍ଷଣ ବିଭାଗ କରିବ ବୋଲି ଅଧିକାରୀଙ୍କ ନିକଟରୁ ପ୍ରକାଶ। ଫଳରେ ଏହି ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ଏବଂ ସଂପୃକ୍ତ ଅଧିକାରୀଙ୍କ ନିର୍ଦେଶକୁ ମାନୁ ନଥିବା ଠିକାଦାର ନିର୍ମାଣ କରୁଥିବା ରାସ୍ତାର ସ୍ଥାୟିତ୍ୱ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ପକ୍ଷରେ ଏହି ରାସ୍ତା ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଚରଣ ସିଂ ଗୋଟିଏ ଚାନ୍ଦବାଲି ର ଗୋଟିଏ ସେକ୍ସନ ପାଇଁ ନିଯୁକ୍ତି ପାଇଥିବା ବେଳେ ବର୍ତମାନ ସେ ଚାନ୍ଦବାଲିର ର ୨ଟି ସେକ୍ସନ ଏବଂ ବାସୁଦେବପୁର ସବ ଡିଭିଜନର ୩ଟି ସେକ୍ସନ ଦାୟିତ୍ୱରେ କାର୍ଯ୍ୟ ତୁଲାଉ ଛନ୍ତି ଫଳରେ କେତେବେଳେ କୌଣସି କାର୍ଯ୍ୟ ତାଙ୍କ ଦ୍ୱାରା ଶେଷ ହେବା ସମ୍ଭବ ପର ହୋଇ ପାରୁ ନଥିବା ବେଳେ ବିଭାଗ ଅନ୍ୟ କାହାରିଙ୍କୁ ଦାୟିତ୍ୱ ଭାଗ ବଂଟନ କରୁନାହାନ୍ତିକି କୌଣସି ନୂତନ ଯନ୍ତ୍ରୀଙ୍କୁ ମଧ୍ୟ ନିଯୁକ୍ତି ଦେଉ ନାହାନ୍ତି। ଫଳରେ ଏହି ରାସ୍ତା କାର୍ଯ୍ୟ ଶେଷ ହେବା ପୂର୍ବରୁ ବହୁ ସ୍ଥାନରେ ପିଚୁ ଉଠିଗଳାଣି । ଏହି ସମସ୍ତ ନିମ୍ନ ମାନର କାର୍ଯ୍ୟ ସଂପୃକ୍ତ ଉପଖଣ୍ଡ ଅଧିକାରୀଙ୍କ ନଜରରେ ଅଛି ବୋଲି ମତ ପ୍ରକାଶ ପାଇଛି। ମାତ୍ର ପ୍ରଶ୍ନ ଉଠେ ଏହି ରାସ୍ତା ଶେଷ ହେବା ପୂର୍ବରୁ ଯାତାୟତ ଅନୁପୋଯୋଗୀ ହେବା ସୁନିଶ୍ଚିତ ମାତ୍ର ବିଭାଗୀୟ ଅଧିକାରୀ ଙ୍କ ନିର୍ଦେଶ କୁ ବେଖାତିର କରୁଥିବା ଠିକାସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଅଂଚଳବାସୀ ଆଗାମୀ ଦିନରେ ଏହି ଅଭିଯୋଗ ଯନ୍ତ୍ରୀମୁଖ୍ୟ, ମୁଖ୍ୟଯନ୍ତୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.