Home ଜିଲ୍ଲା ପରିକ୍ରମା କଳାକାରମାନେ ସମାଜ ପରିବର୍ତନ ଆଣିବା ପାଇଁ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ, ବିଶିଷ୍ଟ ପାଲା କଳାକାର ବଂଶୀଧର...

କଳାକାରମାନେ ସମାଜ ପରିବର୍ତନ ଆଣିବା ପାଇଁ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ, ବିଶିଷ୍ଟ ପାଲା କଳାକାର ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

12

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ହରସିଂହପୁର ଗ୍ରାମର ବରିଷ୍ଠ ପାଲା କଳାକାର ବଂଶୀଧର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଗୁରୁବାର ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ପାଲା ଗାୟକ ଗଣେଶ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳିଂଗ କଳାକାର ସଂଘର ସଭାପତି କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ପାଲା କଳାକାର ପ୍ରାଣବନ୍ଧୁ ପରିଡ଼ା ଓ ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ କଳାକାରମାନେ ସମାଜ ପରିବର୍ତନ ପାଇଁ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଲା କଳାକାର ବାବାଜୀ ବେହେରା, ବିଷ୍ଣୁମୋହନ ବଳ, କଳାକାର ଅମର ସେଠୀ, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଭଣଜା ସୁଶାନ୍ତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ସ୍ୱର୍ଗତ ପଣ୍ଡାଙ୍କ ପୁତ୍ର ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଭଣଜା ଶରତ ପଣ୍ଡା, ରାଜେନ୍ଦ୍ର ଖଟୁଆ, ବୋହୂ ପ୍ରଣତି ପଣ୍ଡା, ଝିଅ ସତ୍ୟଭାମା ମିଶ୍ର, ମନୋରମା ପଣ୍ଡା, ମାଳତୀ ପଣ୍ଡା, ଭଉଣୀ ବାସନ୍ତୀ ପଣ୍ଡା, ଜ୍ୱାଇଁ ପ୍ରମୋଦ ମିଶ୍ର, ରାମକୃଷ୍ଣ ପଣ୍ଡା, ନାତି ପ୍ରଦ୍ୟୁମ୍ନ ମିଶ୍ର ଓ ପ୍ରସନ୍ନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.