Home ଓଡ଼ିଶା କଲେଜ ବସ ଧକ୍କାରେ ଜଣେ ମୃତ : ୭ ଘଣ୍ଟା ପରେ ରାସ୍ତାରୋକ ହଟିଲା

କଲେଜ ବସ ଧକ୍କାରେ ଜଣେ ମୃତ : ୭ ଘଣ୍ଟା ପରେ ରାସ୍ତାରୋକ ହଟିଲା

183

କୋରାପୁଟ ୦୧-୦ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସଦର ଥାନା ଆଇଆର୍ବି ବାଟ୍ଟଲିଅନ ନିକଟରେ ଜୟପୁରର ଏକ ଘରୋଇ କଲେଜବସ ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ କୋରାପୁଟ ବ୍ଲକ ଦେବୀଘାଟ ଗ୍ରାମର ମନୋଜ ମହାନନ୍ଦିଆ(୩୫) ବୋଲି ଜଣା ପଡିଛି। ଦେବୀଘାଟ ଗ୍ରାମର ବଳରାମ ଯାନୀ ଓ ମୃତ ମନୋଜ ଏକ ମୋଟର ସାଇକଲରେ କୋରାପୁଟ ଆସୁଥିବାବେଳେ ଜୟପୁରରୁ କୋରାପୁଟ ଆସୁଥିବା କଲେଜ ବସ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ମୋଟର ସାଇକଲ ପଛରେ ବସିଥିବା ମନୋଜ ରାସ୍ତାରେ ପଡି ଯାଇଥିବାବେଳେ ବସ ଚକ ତାଙ୍କ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ମନୋଜ ପ୍ରାଣ ହରାଇଥିଲେ। ଆଇଆରବି ଯବାନ ମାନେ ଘଟଣା ସ୍ଥଳରେ ପହଂଚି ଆହତ ବଳରାମକୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ବଳରାମର ଗୋଡ ଓ ହାତ ଭାଙ୍ଗଥିବା ଜଣା ପଡିଛି। ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ଦେବୀଘାଟ ଗ୍ରାମବାସୀ କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥ ଅବରୋଦ୍ଧ କରିଛନ୍ତି। କୋରାପୁଟ ତହସିଲଦାର ନେହେରୁ ମାଝି, ଡିଏସପି ଧୀରେନ କୁମାର ବେହେରା, ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ, ଟାଉନଥାନା ଅଧିକାରୀ ବାସୁଦେବ ଛତ୍ରିଆ, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଅ ପ୍ରମୁଖ ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିବାପରେ ମୃତପରିବାରରୁ ଜଣଙ୍କୁ ଚାକିରୀ ଓ କ୍ଷତିପୂରଣ ବାବଦରେ ୪୦ ହଜାର ଟଙ୍କା ଘରୋଇ କଲେଜ ତରଫରୁ ଦେବା ପାଇଁ ପ୍ରତିଶୃତି ମିଳିବା ପରେ ରାତ୍ରୀ ୭ ଘ.ରେ ରାସ୍ତାରୋକୋ ହଟିଥିଲା।ଜିଲ୍ଲା ରେଡକ୍ରସ ତରଫରୁ କୋରାପୁଟ ତହସିଲଦାର ନେହେରୁ ମାଝି ୨୦ ହଜାର ଟଙ୍କା ଅନୁକୁମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.