ad
ଅପରାଧ

କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟ ଅଭିଯୋଗରେ ଫେରାର ଯୁବକ ଗିରଫ

ତୁରୁମୁଙ୍ଗା ୧୫-୩ (ଓଡ଼ିଆ ପୁଅ) ଖିରେଇଟାଙ୍ଗିରୀ ସ୍ଥିତ ମଣ୍ଟେକାର୍ଲ ରାସ୍ତା ନିର୍ମାଣ ଠିକାଦାରୀ ସଂସ୍ଥାର ଦୁଇ ଜଣକର୍ମଚାରୀ କାମ ସାରି କ୍ୟାମ୍ପ କୁ ଗତ ଜାନୁଆରୀ ମାସ ୧୫ ରିଖ ମଙ୍ଗଳବାର ସନ୍ଧ୍ୟା ରେ ଫେରୁଥିବା ସମୟରେ ସେମାନଙ୍କୁ ଅଟକାଇ ଖିରେଇଟାଙ୍ଗିରି ଗ୍ରାମ ର ୪ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରି ୨ହଜାର ଟଙ୍କା ଛଡାଇ ନେବାର ତୁରୁମୁଙ୍ଗା ଥାନା ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ତୁରୁମୁଙ୍ଗା ଥାନା ଅଧିକାରୀ ବିଜୟ କୃଷ୍ଣ ମହାପାତ୍ର ଥାନା କେଶ ନମ୍ବର ୩/୧୯ ରେ ମାମଲା ରୁଜୁ କରି ଖିରେଇଟାଙ୍ଗିରୀ ଗ୍ରାମର ନାରଣ ମୁଣ୍ଡା ଯତୀନ ନାଏକ ଓ ଶ୍ରୀକାନ୍ତ ମହାନ୍ତ ଙ୍କୁ ଜାନୁଆରୀ ୧୭ ରିଖ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣା ରେ ସମ୍ପୃକ୍ତ ଅନ୍ୟ ଜଣେ ସହଯୋଗୀ ଫେରାର ଥିଲା। ମଣ୍ଟେକାର୍ଲ କମ୍ପାନୀର ବିକାଶ କୁମାର, ଗୁଡୁ କୁମାର ଓ ଅମରଜିତ ଯାଦବ କାମସାରି କ୍ୟାମ୍ପକୁ ଫେରୁଥିବା ବେଳେ ଉକ୍ତ ଚାରିଜଣ ଯୁବକ ତାଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଟଙ୍କା ଛଡେଇ ନେବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା।ଏହି ଘଟଣାରେ ଫେରାର ଥିବା ଅନ୍ୟ ସହଯୋଗୀ ଲୋଚନ ମହାନ୍ତଙ୍କୁ ଥାନା ଅଧିକାରୀ ବିଜୟ କୃଷ୍ଣ ମହାପାତ୍ର ଗୁରୁବାର ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top